www.samajalive.in
Sunday, December 14, 2025
16.1 C
Bhubaneswar

ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବରେ ବର୍ଷା କ୍ଲବ କଳାକାର

କେନ୍ଦୁଝରଗଡ଼ :  ଓଡିଶା କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ଦ୍ୱାରା ପୁରୀ ଠାରେ ୩ଦିନ ଧରି ଅନୁଷ୍ଠିତ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବରେ କେନ୍ଦୁଝର ବର୍ଷା କ୍ଲବର କଳାକାରଙ୍କ ଦ୍ୱାରା ନିଖୁଣ ନୃତ୍ୟାଭିନୟ ଦର୍ଶକଙ୍କୁ ବେଶ୍‌‌ ଆକୃଷ୍ଟ କରି ପାରିଛି । ରାଜ୍ୟ ଓ ରାଜ୍ୟ ବାହାରର ବଛାବଛା କଳାକାରଙ୍କ ଦ୍ୱାରା ଅନୁଷ୍ଠିତ ଏହି ନୃତ୍ୟ ମହୋତ୍ସବରେ କେନ୍ଦୁଝର ବର୍ଷା ନୃତ୍ୟ ଶିକ୍ଷାନୁଷ୍ଠାନର କନିଷ୍ଠବର୍ଗର କଳାକାର ମୀରା ସାମଲ, ରିୟା ଜେନା, ଦିବ୍ୟାଶା ପାତ୍ର, ନିଜାମ ନାଏକ, ଟିନୁଶ୍ରୀ ନାଏକ ଓ ଶୁଭସ୍ମୀତା ବାରିକ ଉଚ୍ଚକୋଟୀର ନୃତ୍ୟାଭିନୟ ପ୍ରଦର୍ଶନ କରି କେନ୍ଦୁଝର ଜିଲାର ଆଞ୍ଚଳିକ ନୃତ୍ୟ ଦଳ ଭାବେ ସମ୍ବର୍ଦ୍ଧିିତ ହୋଇଥିଲେ । ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶକ ନୃତ୍ୟ ଗୁରୁ ଗୁରୁ ଦାସ, ସହ ସମ୍ପାଦିକା କ୍ଷଣପ୍ରଭା ସେଠୀ, ଭାଗ୍ୟଶ୍ରୀ କର ଦାଶ, ସ୍ମୃତିରେଖା ନାୟକ ପ୍ରମୁଖ ଦଳ କେନ୍ଦୁଝରରେ ପହଞ୍ଚିବା ପରେ ସମସ୍ତ କଳାକାରଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିିତ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories