www.samajalive.in
Tuesday, December 9, 2025
16.1 C
Bhubaneswar

ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ କିଟ୍‍ର ୨୦ଗବେଷକ

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟ ପାଇଁ ଆଉ ଏକ ଗୌରବମୟ ଅଧ୍ୟାୟ। ଆମେରିକାର ଷ୍ଟାନ୍‍ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ୍‍ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍‍ର ୨୦ଜଣ ଗବେଷକ ସ୍ଥାନ ପାଇଛନ୍ତି । ଏଥିରେ ବିଭିନ୍ନ ବିଷୟରେ ଗବେଷଣା କରୁଥିବା ଏହି ଗବେଷକମାନଙ୍କ ସଫଳତା ବିଷୟରେ ଉଲ୍ଳେଖ କରାଯାଇଛି । ଏହି ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ପୂର୍ବବର୍ଷ ସ୍ଥାନ ପାଇଥିବା କିଟ୍‍ ସ୍କୁଲ୍‍ ଅଫ୍‍ ମେଡିସିଡନ୍‍ର ପଦ୍ମଶ୍ରୀ ଡା. ସୁବ୍ରତ ଆଚାର୍ଯ୍ୟ, ଡା. ଯୋଗେଶ ଚାୱାଲା, ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲଜିଷ୍ଟ୍‍ ଡା. ଅନୀଲ. ସି. ଆନନ୍ଦ ମଧ୍ୟ ଚଳିତ ବର୍ଷ ଏହି ତାଲିକାରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଥିବା କିଟ୍‍ ବିଶ୍ୱବିଦ୍ୟାଳୟର ଅନ୍ୟ ଗବେଷକମାନେ ହେଲେ ସୁରେଶ ଚନ୍ଦ୍ର ଶତପଥୀ, ସିଦ୍ଧାର୍ଥ ସ୍ୱରୂପ ରାଉତରାୟ, ଶୁଶ୍ରୁତ ମିଶ୍ର, ତାରାଶଙ୍କର ପାଲ୍‍, ସ୍ୱରୂପ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ବିକାଶ ହାସିଜା, କ୍ଷୀରୋଦ କୁମାର ଜେନା, ହୃଦୟ କୁମାର ତ୍ରିପାଠୀ, ଅଶୋକ କୁମାର ସାହୁ, ଦିନଦୟାଲ ମଣ୍ଡଳ, ତୃପ୍ତିମୟୀ ବେହେରା, ଭାର୍ଗବ ଆପାସନୀ, ରବୀନ୍ଦ୍ର କୁମାର ବାରିକ, ମୋନା ପାଠକ, ଆଶିଷ ସିଂହ ଏବଂ ଚନ୍ଦନା ମହାନ୍ତି। କିଟ୍‍ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ସାମନ୍ତ କହିଛନ୍ତି କିଟ୍‍ ପ୍ରତିଷ୍ଠା ହେବା ଦିନଠାରୁ ଗୁଣାତ୍ମକ ଶିକ୍ଷାଦାନ ସହ ଗବେଷଣାକୁ ଗୁରୁତ୍ୱ ପ୍ରଦାନ କରିଆସୁଥିବା ବେଳେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଗବେଷଣା ପାଇଁ ପ୍ରୋତ୍ସାହିତ କରିଆସୁଛି। ଫଳରେ ଆଜି କିଟ୍‍ର ଏତେସଂଖ୍ୟକ ଗବେଷକ ଏହି ତାଲିକାରେ ସ୍ଥାନ ପାଇପାରିଛନ୍ତି। ସୂଚନାଯୋଗ୍ୟ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଗବେଷଣାରତ ବିଶ୍ୱର ୮୦ଲକ୍ଷରୁ ଊର୍ଦ୍ଧ୍ୱ ବୈଜ୍ଞାନିକଙ୍କ ମଧ୍ୟରୁ ମାତ୍ର ୧ଲକ୍ଷ ୮୫ହଜାରରୁ ଊର୍ଦ୍ଧ୍ୱ ଗବେଷକ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories