www.samajalive.in
Sunday, December 14, 2025
16.1 C
Bhubaneswar

ନିମ୍ନ ମାନର ନିର୍ମାଣ କାର୍ଯ୍ୟ ; ମରଣ ଯନ୍ତା ପାଲଟିଛି ନୂଆଡିହୀ-ପୋଡାଡିହୀ ଗ୍ରାମ୍ୟ ଉନ୍ନୟନ ରାସ୍ତା

ଦେବଗଡ : ନିମ୍ନ ମାନର ନିର୍ମାଣ କାର୍ଯ୍ୟ ନେଇ ଅଭିଯୋଗ ପରେ ଅଭିଯୋଗ ହେଲା। ‘ସମାଜ’ରେ ସଚିତ୍ର ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ନିର୍ମାଣ କାର୍ଯ୍ୟରେ ସୁଧାର ସହିତ ସଠିକ ମାନର ନିର୍ମାଣ କାର୍ଯ୍ୟ ନିମନ୍ତେ କନିଷ୍ଠ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ସମସ୍ତେ ପ୍ରତିଶ୍ରୁତି ଦେଲେ। ମାତ୍ର ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିଲାନି କି ସଠିକ ମାନର କାର୍ଯ୍ୟ ହେଲା ନାହିଁ। ଫଳ ସ୍ୱରୂପ ନିର୍ମାଣ କାର୍ଯ୍ୟ ଶେଷ ହେବାର ତିନି ମାସ ନପୂରୁଣୁ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହେବାସହ ମରଣ ଯନ୍ତାରେ ପରିଣତ ହୋଇଛି ଦେବଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ ଦ୍ୱାରା ନିର୍ମିତ ୫କି.ମି. ଦୈର୍ଘ୍ୟ ବିଶିଷ୍ଟ ନୂଆଡିହୀ-ପୋଡାଡିହୀ ଗ୍ରାମ୍ୟ ଉନ୍ନୟନ ରାସ୍ତା ।
ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ସମ୍ପୃକ୍ତ ଅଂଚଳର ହଜାର ହଜାର ଲୋକ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ‘ନୂଆଡିହୀ ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ ପୋଡାଡିହୀ ରାସ୍ତା’ ନିର୍ମାଣ ନିମନ୍ତେ ସରକାର ପ୍ରାୟ ଅଧକୋଟିରୁ ଉଦ୍ଧ୍ୱର୍ ଟଙ୍କା ମଞ୍ଜୁର କରିଥିଲେ ଓ ଟେଣ୍ଡର ପ୍ରକ୍ରିୟାରେ ଏହି ରାସ୍ତାର ନିର୍ମାଣ ଦାୟିତ୍ୱ ସମ୍ବଲପୁର ଜିଲାର  ଜଣେ କଂଟ୍ରାକ୍ଟରଙ୍କୁ ଦିଆଯାଇଥିଲା। ମାତ୍ର ବିଭାଗ ପକ୍ଷରୁ କରାଯାଇଥିବା ବ୍ୟୟ ଅଟକଳ ଅନୁଯାୟୀ ନିର୍ମାଣ କରାନଯାଇ ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରାଯାଉଥିଲା।

ନିର୍ମାଣ ସମୟରେ ଉକ୍ତ ରାସ୍ତାରେ ବ୍ୟୟ ଅଟକଳ ଠାରୁ କମ୍ ମୋଟେଇ(ଥିକନେସ)ର ମେଟାଲ ବିଛା ଯାଉଥିବାରୁ ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଫଳରେ ଅଂଚଳବାସୀ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଚାରଡିଆଙ୍କ ନିକଟରେ ଏକାଧିକବାର ଅଭିଯୋଗ କରିଥିଲେ। ମାତ୍ର ଅଭିଯୋଗ ପରେ ମଧ୍ୟ ନିର୍ମାଣ କାର୍ଯ୍ୟରେ କୌଣସି ପରିବର୍ତ୍ତନ ନ ଆସିବାରୁ ଏନେଇ ସେମାନେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହିପରି ଏନେଇ ଗତ ଡିସେମ୍ବର ମାସରେ ଦୈନିକ ‘ସମାଜ’ ରେ ମଧ୍ୟ ତଥ୍ୟ ଭିତ୍ତିକ ସଚିତ୍ର ଖବର ପ୍ରକାଶିତ ହୋଇଥିଲା। ଏହାପରେ ସଠିକ ମାନର ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଉପରୋକ୍ତ ଯନ୍ତ୍ରୀ ମାନେ ଅଂଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ହେଁ ପାଳନ କରିନଥିଲେ ଓ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା। ନିମ୍ନ ମାନର କାର୍ଯ୍ୟ ଜାରୀ ରହିଥିବା ଅଂଚଳବାସୀ ଅଭିଯୋଗ କରିବା ସହ ଏ ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁଦାବୀ କରିଥିଲେ। ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଗତ ମଇ ମାସରେ ଶେଷ ହୋଇଥିବା ବେଳେ ଅଗଷ୍ଟ ମାସ ବେଳକୁ ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ବୋଳା ଚିପ୍ସ ଓ ମେଟାଲ ଉଠିଯିବା ସହ ବହୁ ଖାଲ ଖମା ସୃଷ୍ଟି ହୋଇ ବର୍ତ୍ତମାନ ଉକ୍ତ ରାସ୍ତା ମରଣନ୍ତାରେ ପରିଣତ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories