www.samajalive.in
Sunday, December 14, 2025
26.1 C
Bhubaneswar

ବଳାତ୍କାରୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝରଗଡ଼ : ଏକ ବଳାତ୍କାର ମାମଲାର ବିଚାର କରି ଫାଷ୍ଟ ଟ୍ରାକ୍‌‌ (ପକ୍ସୋ) ଅଦାଲତ କେନ୍ଦୁଝର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିଛନ୍ତି । ତୁରୁମୁଙ୍ଗା ଥାନା ଅଧିନ ମଙ୍ଗଳପୁର ଗ୍ରାମର କୁନା ଓରଫ କୁଲୁ ମୁଣ୍ଡାଙ୍କ ଘରେ ପଡୋଶୀ ସାଙ୍ଗ ୨୩ ମେ ୨୦୧୮ ରାତିରେ ମୋବାଇଲ ଚାର୍ଜ ନିମନ୍ତେ ଦେଇଥିଲେ। ଚାର୍ଜରେ ବସାଇବାକୁ ଦେଇଥିବା ମୋବାଇଲକୁ ଆଣିବା ପାଇଁ ବ୍ୟକ୍ତିଜଣକ ତା’ର ଭଉଣୀକୁ ସାଙ୍ଗ ଘରକୁ ପଠାଇଥିଲେ। ମୋବାଇଲକୁ ଧରି ଘରକୁ ଫେରିବା ବାଟରେ ଝିଅ ଜଣକ ଏକ ଶାଳ ଗଛମୂଳକୁ ପରିଶ୍ରା ପାଇଁ ଯାଇଥିବା ବେଳେ ତାକୁ ପିଛା କରୁଥିବା କୁଲୁ ପଛପଟୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ ପୀଡିତାଙ୍କ ପରିବାର ପକ୍ଷରୁ ୨୬ ମେ ୨୦୧୮ରେ ସ୍ଥାନୀୟ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ ସହ ଅଭିଯୁକ୍ତ କୁଲୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗୁରୁବାର ମାମଲାର ଚୂଡାନ୍ତ ଶୁଣାଣୀ କରି ଫାଷ୍ଟ ଟ୍ରାକ୍‌‌ (ପକ୍ସୋ) ଅଦାଲତ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ୧୫ଜଣ ସାକ୍ଷୀଙ୍କ ବୟାନ ଏବଂ ପୁଲିସ ତଦନ୍ତକୁ ଭିତ୍ତିକରି ଅଭିଯୁକ୍ତ କୁଲୁକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ୬ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି.ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories