www.samajalive.in
Monday, December 8, 2025
13.1 C
Bhubaneswar

ପୁଷ୍ଟିଶସ୍ୟ ରୋଷେଇ ପ୍ରତିଯୋଗୀତା ଅନୁଷ୍ଠିତ

ଢେଙ୍କାନାଳ ସଦର: ଅନ୍ତର୍ଜାତୀୟ ପୁଷ୍ଟି ଶସ୍ୟ ବର୍ଷ ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ ଏବଂ କୃଷି ବୈଷୟିକ ପରିଚଳନା ସଂସ୍ଥା (ଆତ୍ମା) ଢେଙ୍କାନାଳ ସହାୟତାରେ ୱାସନ ଓ ଇଡ଼ିଅଟ ପକ୍ଷରୁ ପୁଷ୍ଟିଶସ୍ୟ ରୋଷେଇ ପ୍ରତିଯୋଗୀତା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ମିଲେଟ ମିଶନ ଜିଲ୍ଲା ସଂଯୋଜକ ରାକେଶ କୁମାର ସାହୁ, ଜ଼ିଲ୍ଲା ହିସାବ ରକ୍ଷକ ଜୟରାମ ପ୍ରଧାନ, କୃଷି ବୈଷୟିକ ପରିଚାଳନା ସଂସ୍ଥା ଆତ୍ମାର ଓଡାପଡା ବ୍ଲକ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ୧୫ ଜଣ ପ୍ରତିଯୋଗୀ ମାଣ୍ଡିଆ, କାଙ୍ଗୁ, କାକରା, ବରା, ପକୁଡି, କେକ, ଖିରି, ମାଣ୍ଡିଆ ଆଳୁ ପରଟା, ଦୋସା, ଲଡ଼ୁ, ସୁପ, ଜହ୍ନଆଁ ଉଖୁଡା, ଆରିସା ଆଦି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ପ୍ରତିଯୋଗୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories