www.samajalive.in
Saturday, December 6, 2025
19.1 C
Bhubaneswar

ବେଙ୍ଗାଲୁରୁର ‘ପେଟ୍ରୋଲ ଅଙ୍କଲ୍’

ମହମ୍ମଦ ଅରିଫ୍ ସଇତ୍, ଏଇ ନାମରେ ତାଙ୍କୁ ପଡ଼ିଶା ଲୋକେ କିମ୍ବା ସ୍ଥାନୀୟ ଲୋକେ କେହି ଜାଣନ୍ତି ନାହିଁ। ବରଂ ‘ପେଟ୍ରୋଲ ଅଙ୍କଲ’ କହିଲେ ବେଙ୍ଗାଲୁରୁର ଅଧିକାଂଶ ଲୋକେ ତାଙ୍କୁ ଚିହ୍ନିପାରନ୍ତି ବୋଲି ଏଇ ବୟସ୍କ ବ୍ୟକ୍ତିଜଣକ କହିଛନ୍ତି। ଏକ ଧନିକ ପରିବାରର ପୁଅ ମହମ୍ମଦ ଜୀବନରେ କେବେ ଅଭାବଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି। ବାପା ତାଙ୍କର ସେ ସମୟର ସମ୍ଭ୍ରାନ୍ତ ବର୍ଗର ଲୋକ ଭାବେ ଜଣାଯାଉଥିବାବେଳେ ଖୁବ୍ କଡ଼ା ମିଜାଜ୍‌ର ମଧ୍ୟ ଥିଲେ। ବାପା ହିଁ ତାଙ୍କୁ ଶିଖାଇଥିଲେ ଅନ୍ୟଙ୍କୁ ସାହାଯ୍ୟ କରିବା ନିମନ୍ତେ। ମାତ୍ର ୧୮ ବର୍ଷ ବୟସରେ ମହମ୍ମଦ ବାପାଙ୍କ ବ୍ୟବସାୟରେ ପାଦ ଥାପିଥିଲେ। ଖୁବ୍ କମ୍ ଦିନରେ ସଫଳ ହେବା ସହିତ ବ୍ୟବସାୟର ଉନ୍ନତି ନିମନ୍ତେ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନେଲେ। ୩ ପିଲାଙ୍କର ବାପା ମହମ୍ମଦ କହିଛନ୍ତି, ୧୦ ବର୍ଷ ତଳେ ସେ ବେଙ୍ଗାଲୁରୁରେ ଏଇ ପେଟ୍ରୋଲ ସହାୟତା ଅଭିଯାନ ଆରମ୍ଭ କରିଥିଲେ। ଏହା ମଧ୍ୟରେ ୧୨ହଜାରରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିସାରିଲେଣି। ଈଶ୍ବର ମଧ୍ୟ ତାଙ୍କ ପ୍ରତି ଖୁବ୍ ସଦୟ। ୩ ପିଲା ଆଜି ବେଶ୍ ପ୍ରତିଷ୍ଠିତ। ତାଙ୍କର ୨ ପୁଅ ଓ ଗୋଟିଏ ଝିଅ। ବଡ଼ ପୁଅ ବେଙ୍ଗାଲୁରୁରେ ଇଂଜିନିୟର, ଝିଅ ଡାକ୍ତର ଓ ସାନପୁଅ ଆମଷ୍ଟରଡାମ୍‌ରେ କାମ କରୁଛି। ୧୦ ବର୍ଷ ତଳେ ଥରେ ରାତିରେ ସେ ଏକ ବନ୍ଧୁଙ୍କ ଘରୁ ଫେରୁଥିବାବେଳେ ଅଧ ବାଟରେ ପେଟ୍ରୋଲ ସରିଗଲା। ଗାଡ଼ିରୁ ଓହ୍ଲାଇ ବୋତଲଟିଏ ଧରି ପେଟ୍ରୋଲ ପମ୍ପ୍ ଖୋଜିଲେ। ପ୍ରାୟ ୧ କିମି ପରେ ସେ ପେଟ୍ରୋଲ ପମ୍ପ ଦେଖି ପେଟ୍ରୋଲ ବୋତଲରେ ଭର୍ତ୍ତି କଲେ। ଗାଡ଼ରେ ପେଟ୍ରୋଲ ଭର୍ତ୍ତି କରି ପୁଣି ପେଟ୍ରୋଲ ପମ୍ପକୁ ଆସି ବୋତଲରେ ତେଲ ଭର୍ତ୍ତି କରିଥିଲେ ଓ ଗାଡ଼ିରେ ମଧ୍ୟ ତେଲ ଭରିଥିଲେ। ବୋତଲ ଭର୍ତ୍ତି ତେଲ ସେ ଅନ୍ୟଙ୍କୁ ସହାୟତା କରିବା ପାଇଁ ରଖିଲେ। ରାସ୍ତାଘାଟରେ ଅଧିକାଂଶ ଲୋକ ଏଇ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ପେଟ୍ରୋଲ ଅଙ୍କଲ୍ କେବଳ ଯେ ଲୋକଙ୍କୁ ପେଟ୍ରୋଲ୍ ଯୋଗାଇବାରେ ସହାୟତା କରନ୍ତି, ତା’ ନୁହେଁ। ବରଂ ସେଇ ଲୋକଙ୍କୁ କିଛି ଖାଇବାକୁ ମଧ୍ୟ ଦିଅନ୍ତି। ଏଇ କାମରୁ ତାଙ୍କୁ ଆତ୍ମସନ୍ତୋଷ ମିଳୁଛି ଓ ହାତଗୋଡ଼ କାର୍ୟ୍ୟକ୍ଷମ ଥିବା ପର୍ୟ୍ୟନ୍ତ ସେ ଏହା କରିବେ ବୋଲି କହିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories