www.samajalive.in
Sunday, December 7, 2025
26.1 C
Bhubaneswar

ସମାଜ ପ୍ରଭାବ: ଉଦ୍ଧାର ଯୁବକଙ୍କ ମିଳିଲା ପରିଚୟ, ପରିବାରକୁ ହସ୍ତାନ୍ତରିତ 

ସମ୍ବଲପୁର: ଗତ ଗୁରୁବାର ଦିନ ଅଇଁଠାପାଲି ଥାନା ଅର୍ନ୍ତଗତ କାଈଁଶିର ରାସ୍ତାରେ ଜଣେ ଅସହାୟ ଯୁବକ ବୁଲୁଥିବା ଦେଖି ପୁଲିସ ଏସଆଇ ନିଳାଦ୍ରୀ ବିଶ୍ୱାଳଙ୍କ ନଜରକୁ ଆସିଥିଲା। ଏହାପରେ ଯୁବକଙ୍କୁ ଉଦ୍ଧାର କରି ଶ୍ରୀ ବିଶ୍ୱାଳ ଅଇଁଠାପାଲି ଥାନାରେ ସୁରକ୍ଷିତ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରିଚୟକୁ ଖବର ଦେଇଥିଲେ। ସେ ସମୟରେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନ ଥିବାରୁ ସେ ତାଙ୍କର ନାମ ଶିବା ମାନ୍ଧାନା ବୋଲି କହିଥିବା ବେଳେ ସଠିକ ପରିଚୟ ଓ ଠିକଣା ଦେଇପାରି ନ ଥିଲେ। ଏଣୁ ପରିଚୟ ଅନୁଷ୍ଠାନର ଆଦି ନନ୍ଦ ଓ ଅନ୍ୟ ସଦସ୍ୟମାନେ ଅଇଁଠାପାଲି ଥାନାରେ ପହଞ୍ଚି ଉଦ୍ଧାର ଯୁବକଙ୍କୁ ସେବା ଚିକିତ୍ସା କରିଥିଲେ ଏବଂ ତାଙ୍କୁ ହୀରାକୁଦ ସ୍ଥିତ କଳ୍ପତରୁ ଆଶ୍ରମଠାରେ ଥଇଥାନ କରାଇଥିଲେ। ଏ ସମ୍ପର୍କରେ ଦୈନିକ ଖବରକାଗଜ ‘ସମାଜ’ରେ ଖବର ପ୍ରକାଶିତ ହେବା ପରେ ରାଇପୁର ଭାଟପଡ଼ା ନିବାସୀ ତାଙ୍କର ବଡଭାଇ ଗୌତମ ତାଙ୍କର ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ ନେଇ ଅଇଁଠାପାଲି ପୁଲିସ ଥାନା ସହିତ ଯୋଗାଯୋଗ କରିଥିଲେ। ସମସ୍ତ ବିଷୟ ଯାଞ୍ଚ କରାଯିବା ପରେ ଶିବାଙ୍କୁ ତାଙ୍କର ବଡଭାଇ ଗୌତମଙ୍କ ଜିମାରେ ଦିଆଯାଇଥିଲା। ଏହି ମାନବୀୟ ସେବାରେ ଆଦି ନନ୍ଦ, ଏସଆଇ ଗୋଲକ ପ୍ରଧାନ, ନିଳାଦ୍ରୀ ବିଶ୍ୱାଳ ଓ ଚୈତନ୍ୟ ନାୟକ ପ୍ରମୁଖ ସହାୟତା କରିଥିଲେ।

 

- Advertisement -

 

 

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories