www.samajalive.in
Friday, December 5, 2025
17.1 C
Bhubaneswar

ଭାରତ ପାଇଁ ଗିଲ୍‌, କୁଳଦୀପ୍‌ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ନୂଆଦିଲ୍ଲୀ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ। ଚଳିତ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଉକ୍ତ କ୍ରୀଡ଼ା ମହାକୁମ୍ଭ ଲାଗି ବିଭିନ୍ନ ଦଳ ପ୍ରସ୍ତୁତି ଓ ରଣନୀତିକୁ ଜୋରଦାର କରିଛନ୍ତି। ଘରୋଇ ଭାରତ ମଧ୍ୟ ଉକ୍ତ ବିଶ୍ବକପରେ ଟାଇଟଲ ଜିତିବା ନେଇ ବଡ ଦାବିଦାର ରହିଛି। ଭାରତୀୟ ଦଳର ଦୁଇ ଯୁବ ଖେଳାଳି ବ୍ୟାଟ୍‌ସମ୍ୟାନ ଶୁବମାନ୍‌ ଗିଲ୍‌ ଓ ସ୍ପିନର କୁଳଦୀପ୍‌ ଯାଦବ ଗେମ୍‌ ଚେଞ୍ଜର ହେବେ ବୋଲି କ୍ରିକେଟ ମହଲରେ ଆଲୋଚନାର ବିଷୟ ହୋଇଛି। ୨୦୨୩ ବିଶ୍ବକପରେ ଚାଇନାମ୍ୟାନ ସ୍ପିନର କୁଳଦୀପ୍‌ ଯାଦବ ଭାରତୀୟ ଦଳର ପ୍ରମୁଖ ଅସ୍ତ୍ର ହେବେ ବୋଲି କ୍ରିକେଟ ମହଲରେ ଆଲୋଚନାର ବିଷୟ ହୋଇଛି। ଭାରତୀୟ ପିଚରେ କୁଳଦୀପ୍‌ ସ୍ପିନ କରିବାରେ ବେଶ ସିଦ୍ଧିହସ୍ତ। ସେ ଜଣେ ଚମ୍ପିଆନ ବୋଲର ହୋଇଥିବାବେଳେ ଭଲ ଫର୍ମରେ ମଧ୍ୟ ରହିଛନ୍ତି। କୁଳଦୀପ୍‌ ଗତ ଏସିଆ କପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। କୁଳଦୀପ୍‌ ଏପର୍ଯ୍ୟନ୍ତ ୩୯ଟି ମ୍ୟାଚ ଖେଳି ୫୯ଟି ୱିକେଟ ନେଇଛନ୍ତି।୨୫ରନରେ ୫ଟି ୱିକେଟ ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ସେହିପରି ଭାରତୀୟ ଯୁବ ଓପନର ଶୁବମାନ୍‌ ଗିଲ୍‌ଙ୍କ ଉପରେ ମଧ୍ୟ ଭାରତୀୟ କ୍ରିକେଟପ୍ରେମୀଙ୍କ ନଜର ରହିଛି। ଗିଲ୍‌ ଭାରତ ପାଇଁ ଗେମ୍‌ ଚେଞ୍ଜର ହେବା ନେଇ କ୍ରିକେଟ ମହଲରେ ଆଲୋଚନା ହେଉଛି। ଗିଲ୍‌ ମଧ୍ୟ ବର୍ତ୍ତମାନ ଭଲ ଫର୍ମରେ ରହିଛନ୍ତି। ଗିଲ୍‌ ୩୯ଟି ମ୍ୟାଚ ଖେଳି ୬ଟି ଶତକ ଓ ୯ଟି ଅର୍ଦ୍ଧଶତକ ସହ ୧୯୦୧ରନ କରିଛନ୍ତି। ୨୦୮ ସର୍ବାଧିକ ସ୍କୋର ରହିଛି। ଗିଲ୍‌ଙ୍କ ଉପରେ ଭାରତ ମଧ୍ୟ ବେଶ ଆଶା ରଖିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories