www.samajalive.in
Saturday, December 13, 2025
26.1 C
Bhubaneswar

ଥଇଥାନ ଦାବିରେ କଲୋନୀବାସୀଙ୍କ ଶାନ୍ତି ଶୋଭାଯାତ୍ରା

ଚୌଦ୍ୱାର : ଓଟିଏମ୍ କଲୋନୀବାସୀ ଓ ଏଥି ସଂଲଗ୍ନ ବସ୍ତିବାସିନ୍ଦାଙ୍କ ଥଇଥାନ ଦାବିରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଓଟିଏମ୍ ବସ୍ତି ଥଇଥାନ ସଂଗଠନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଟିଏମ୍ କଲୋନୀ, ଜୟନ୍ତୀ ନଗର, ଦୂର୍ଗା ବଜାର ଆଦି ଅଞ୍ଚଳର ଶତାଧିକ ଲୋକ ଶୋଭାଯାତ୍ରାରେ ଯାଇ ଗାନ୍ଧୀଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରାର୍ଥନା କରିଥିଲେ । ଓଟିଏମ୍ ସ୍ଥାନରେ ବିକଳ୍ପ ଶିଳ୍ପ ପ୍ରତିଷ୍ଠା, ଓଟିଏମ୍ ଉପରେ ନିର୍ଭରଶୀଳ ଲୋକ ମାନଙ୍କ ସ୍ଥୟିତ୍ୱ ତଥା ସେମାନଙ୍କ ପିଲା ମାନଙ୍କୁ ନିଯୁକ୍ତି ସୁଯୋଗ ଦେବାପାଇଁ ଶୋଭାଯାତ୍ରାକାରୀ ମାନେ ସରକାରଙ୍କୁ ନିବେଦନ କରିଥିଲେ। ସରକାର ଏଦିଗରେ ଯଦି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଗଠନର କର୍ମକର୍ତ୍ତାମ।ନେ ମତାମତ ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories