www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତାକଡ଼ରୁ ଏକାସାଙ୍ଗରେ ୩ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଧର୍ମଗଡ଼: ଜୁନାଗଡ଼ ପୁଲିସ ପକ୍ଷରୁ ରାସ୍ତାକଡ଼ରୁ ଏକାସାଙ୍ଗରେ ୩ ମୃତଦେହ ଉଦ୍ଧାର କରାଯାଇଛି। ଜୁନାଗଡ଼ ଥାନା ଶଙ୍କରପଲା ଗାଁ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି। ମା’, ୨ ବର୍ଷର ପୁଅ ଓ ଜଣେ ପଡ଼ୋଶୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହରେ କଟାଚିହ୍ନ ରହିଥିବା ସାଙ୍ଗକୁ ମୃତଦେହଗୁଡ଼ିକ ନିକଟରେ ଧାରୁଆ ଅସ୍ତ୍ର ପଡ଼ିଥିବାରୁ ସେମାନଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ସ୍ବାମୀ ଗତ ୯ ବର୍ଷ ହେଲା ଜେଲରେ ଅଛନ୍ତି।

ଖବର ପାଇ ପୁଲିସ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଥିଲା। ୩ ମୃତଦେହ ଜବତ ସହ ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ଛାନଭିନ ଜାରି ରଖିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସର ତଦନ୍ତ ଜାରି ରଖିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories