www.samajalive.in
Sunday, December 14, 2025
23.1 C
Bhubaneswar

ଏସୀୟ କ୍ରୀଡ଼ା : ୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶ ଓ ସଟପୁଟରେ ତେଜିନ୍ଦରଙ୍କୁ ସ୍ବର୍ଣ୍ଣ

ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଖେଳାଯାଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିମାନଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି । ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଅଷ୍ଟମ ଦିନରେ ଭାରତକୁ ତୃତୀୟ ସ୍ୱର୍ଣ୍ଣ ମିଳିଛି। ପ୍ରଥମେ ଶୁଟିଂର ଟ୍ରାପ ଇଭେଣ୍ଟ, ପରେ ଷ୍ଟିପଲଚେଜ୍‌ରେ ଅବିନାଶ ସାବଲ ଓ ଏବେ ଶଟପୁଟରେ ତଜିନ୍ଦର ପାଲ ସିଂହ ତୁର ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶ ସାବଲ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଆଥଲେଟିକ୍ସରେ ଚଳିତ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଏହା ପ୍ରଥମ ସ୍ବର୍ଣ୍ଣ। ସେ ୮ ମିନିଟ୍ ୧୯.୫ ସେକେଣ୍ଡରେ ଏହି ଦୂରତ୍ବ ହାସଲ କରି ଏକ ନୂଆ ଏସୀୟ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି । ସେହିପରି ଆଜି ତଜିନ୍ଦର ନିଜର ୬ଷ୍ଠ ପ୍ରୟାସରେ ୨୦.୩୬ ମିଟର ଦୂରତାକୁ ଲୁହା ବଲ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି।

- Advertisement -

ଅପରପକ୍ଷରେ ଏସୀୟ କ୍ରୀଡ଼ାର ମହିଳା ୫୦ କେଜି ସେମିଫାଇନାଲରେ ବକ୍ସର ନିଖତ ଜରିନଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଗଲ୍ଫରେ ଅଦିତି ଅଶୋକ ରୌପ୍ୟ ପଦକ ପାଇଛନ୍ତି। ସେହିପରି ପୁରୁଷ ଦଳ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତି ଥିବାବେଳେ ମହିଳା ସୁଟରମାନେ ମଧ୍ୟ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଭାରତ ପାଇଁ ସଫଳତା ଆଣି ଦେଇଛନ୍ତି। ଏହାବ୍ୟତୀତ କିନାନ ଚିନାଇ ସୁଟିଂର ଡବଲ ଟ୍ରାପ୍ (ସୁଟିଂ)ରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି। ଆଜି ଭାରତକୁ ୪ଟି ପଦକ ମିଳିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories