www.samajalive.in
Sunday, December 14, 2025
14.1 C
Bhubaneswar

ଗଞ୍ଜେଇରୁ ପ୍ରସ୍ତୁତ ହେବ କର୍କଟ ନିରୋଧୀ ନୂଆ ଔଷଧ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଓ ଜୈବ ବିଜ୍ଞାନୀମାନେ ଗଞ୍ଜେଇରୁ କ୍ୟାନ୍ସର ନିରୋଧୀ ଏକ ନୂଆ ଔଷଧ ପ୍ରସ୍ତୁତ କରିଛନ୍ତି। ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ଔଷଧର କାର୍ଯ୍ୟକାରିତା ସମ୍ପର୍କରେ ପରୀକ୍ଷା କରୁଥିବା ବେଳେ ଆସନ୍ତା ବର୍ଷ ଶେଷ ଆଡ଼କୁ ଏହା ବଜାରରେ ଉପଲବ୍ଧ ହୋଇପାରେ ବୋଲି କୁହାଯାଉଛି। ପରୀକ୍ଷାରେ ସଫଳ ହେଲେ ଭାରତରେ ନିର୍ମିତ ଏହା ପ୍ରଥମ କ୍ୟାନ୍ସର ନିରୋଧୀ ଔଷଧର ମାନ୍ୟତା ପାଇବ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ କ୍ୟାନ୍ସର ନିରୋଧୀ ଔଷଧ ଗଞ୍ଜେଇରୁ ପ୍ରସ୍ତୁତ ହୋଇଛି। କିନ୍ତୁ ଏହାର ଅପବ୍ୟବହାର ଓ ପାଶ୍ୱର୍ ପ୍ରତିକ୍ରିୟା ଅଧିକ ଥିବା ଅଭିଯୋଗ ଆସୁଛି। ଭାରତୀୟ ମାନେ ପ୍ରସ୍ତୁତ କରିଥିବା ନୂଆ ଔଷଧ ଗଞ୍ଜେଇର ମାତ୍ରାଧିକ ପାଶ୍ୱର୍ ପ୍ରତିକ୍ରିୟା ଅପବ୍ୟବହାରକୁ ରୋକିବାରେ ସକ୍ଷମ ହେବ ବୋଲି କୁହାଯାଉଛି। ଏଥିସହିତ ପ୍ରଚଳିତ ଔଷଧର ମାନ ଠାରୁ ନୂଆ ଔଷଧର ମାନ ଅଧିକ ଉନ୍ନତ ରହିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ଔଷଧର ପରୀକ୍ଷଣ ଟାଟା ମେମୋରିଆଲ୍‍ ହସ୍ପିଟାଲ୍‍ ଓ ଦିଲ୍ଳୀ ଏମ୍ସରେ କରାଯିବ ବୋଲି ସୂଚନା ମିଳିଛି।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories