www.samajalive.in
Monday, December 8, 2025
27.1 C
Bhubaneswar

ରାଫେଲ ଡିଲକୁ ନେଇ ଫ୍ରାନ୍ସରେ ବିବାଦ

ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ ବିବାଦ ଏନଡିଏ ସରକାରଙ୍କ ପିଛା ଛାଡ଼ୁନାହିଁ। କଂଗ୍ରେସ ରାଫେଲ ଡିଲକୁ ଶାସକ ଦଳ ବିରୋଧରେ ମୁଖ୍ୟ ରାଜନୈତିକ ପ୍ରସଙ୍ଗ କରିଥିବା ବେଳେ ଖୋଦ୍‍ ଫ୍ରାନ୍ସ ସରକାର ଓ ରାଫେଲର ନିର୍ମାତା ଡାସଲ୍ଟ କମ୍ପାନୀର ବରିଷ୍ଠ ଅଧିକାରୀ ଭାରତୀୟ ଗଣମାଧ୍ୟମରେ ବିବୃତ୍ତି ରଖିବାକୁ ପଡ଼ିଛି। ଭାରତରେ ଏହି ପ୍ରସଙ୍ଗ ସାମାନ୍ୟ ଥଣ୍ଡା ପଡ଼ିଥିବାବେଳେ ଏବେ ଫ୍ରାନ୍ସର ଏକ ଏନଜିଓ ରାଫେଲ ଡିଲ ପ୍ରସଙ୍ଗରେ ତଦନ୍ତ କରିବାକୁ ଅଭିଯୋଗ କରିଛି। ଏହି ଡିଲରେ ଦୁର୍ନୀତି ହୋଇଥିବା ଅଭିଯୋଗ ଦର୍ଶାଇ ଫ୍ରାନ୍ସର ଏନଜିଓ ସଂସ୍ଥା ଏହାର ତଦନ୍ତ କରିବାକୁ ଆବେଦନ କରିଛି।
ପ୍ୟାରିସରେ ସେପ୍ଟେମ୍ବର ୨୦୧୬ରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତତ୍କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଙ୍କୋଇସ ହୋଲାଣ୍ଡଙ୍କ ମଧ୍ୟରେ ୩୬ଟି ରାଫେଲ ଯୁଦ୍ଧଜାହାଜ କିଣିବା ପାଇଁ ୫୮ହଜାର କୋଟି ଟଙ୍କା ବିନିମୟରେ ଡିଲ ହୋଇଥିଲା।
ପରେ ଫ୍ରାଙ୍କୋଇସ ଏହି ଡିଲରେ ରିଲାଏନ୍ସ କମ୍ପାନୀକୁ ଯୋଡ଼ିବା ପ୍ରଚ୍ଛଦରେ ଫ୍ରାନ୍ସର କୌଣସି ଭୂମିକା ନଥିଲା ବୋଲି ମନ୍ତବ୍ୟ ଦେବା ପରେ ବିବାଦର ସୂତ୍ରପାତ ଆରମ୍ଭ ହୋଇଥିଲା। ଭାରତୀୟ ରାଜନୀତିରେ ଏହାକୁ ନେଇ ଝଡ଼ ଦେଖା ଦେବା ସହ ଉକ୍ତ ଡିଲ ସମ୍ପର୍କରେ ନିରପେକ୍ଷ ତଦନ୍ତ ଦାବି କରାଯାଇ ଥିଲା।
ଏବେ ସେରପା ନାମକ ଏକ ଏନଜିଓ ଏହି ଡିଲକୁ ନେଇ ନିରପେକ୍ଷ ତଦନ୍ତ ଦାବି କରିଛି। ଏହା ବ୍ୟତୀତ ରିଲାଏନ୍ସ ଡିଫେନ୍ସ ନାମକ କମ୍ପାନୀ ପାଖରେ ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ସମ୍ପର୍କିତ କୌଣସି ଅଭିଜ୍ଞତା ନଥିବାବେଳେ କମ୍ପାନୀ ଗଠନର ମାତ୍ର ୧୨ଦିନ ମଧ୍ୟରେ ଭାରତ-ଫ୍ରାନ୍ସ ରାଫେଲ ଡିଲର ରକ୍ଷଣାବେକ୍ଷଣ ଦାୟିତ୍ୱ ତାଙ୍କୁ କିପରି ପ୍ରଦାନ କରାଗଲା ବୋଲି ଏନଜିଓ ପ୍ରଶ୍ନ କରିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories