www.samajalive.in
Sunday, December 14, 2025
26.1 C
Bhubaneswar

ଗ୍ରାମ ସ୍ୱାରଜ ମାଧ୍ୟମରେ ଜନଆନ୍ଦୋଳନର ଆବଶ୍ୟକତା ରହିଛି

କେନ୍ଦୁଝରଗଡ଼ : ଦେଶରେ କ୍ରମବର୍ଦ୍ଧମାନ ବେରୋଜଗାରୀ, ଅହେତୁକ ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ବିଦ୍ୱେଷ, ଜାତିଆଣ ଭେଦଭାବକୁ ରୋକିବାକୁ ହେଲେ ଗ୍ରାମ ସ୍ୱରାଜ ମାଧ୍ୟମରେ ଜନ ବିପ୍ଳବର ଆବଶ୍ୟକତା ରହିଛି। ଗାନ୍ଧୀ, ବିନୋବା, ଜୟପ୍ରକାଶ ନାରାୟଣଙ୍କ ବିଚାର ଆଧାରିତ ସର୍ବୋଦୟ ଆନ୍ଦୋଳନ ମାଧ୍ୟମରେ ଏହି ଜନ ବିପ୍ଳବ ଛିଡା କରାଯାଇ ପାରିବ । ଦେଶର ଗାଁ ମାନଙ୍କରେ ଗ୍ରାମ୍ୟ ସ୍ୱରାଜ ସ୍ଥାପନ କରି ଦେଶକୁ ଭ୍ରଷ୍ଟ ରାଜନେତା, ସାମ୍ପ୍ରଦାୟିକବାଦୀ, ପୁଞ୍ଜିବାଦୀ କର୍ପୋରେଟ ଶକ୍ତି କବଳରୁ ଦେଶକୁ ମୁକ୍ତ କରିବା ନିମନ୍ତେ ଜନ ଆନ୍ଦୋଳନର ଭିତ୍ତି ସ୍ଥାପନ ପାଇଁ ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ରାଜ୍ୟ ସଭାପତି ମିହିର ପ୍ରତାପ ଦାସ ଓ ଡା.ବିଶ୍ୱଜିତ ଏକ ଲୋକସମ୍ପର୍କ ଅଭିଯାନ ମାଧ୍ୟମରେ ଶୁକ୍ରବାର ଏକ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ଜିଲାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ମିଶି ଏହି ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରିଛନ୍ତି। ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ, ବିଶିଷ୍ଟ ଗାନ୍ଧୀବାଦୀ ନେତା ଭକ୍ତବତ୍ସଳ ମହାନ୍ତି, ସାହିତ୍ୟିକ ନିରଞ୍ଜନ ବାରିକ, ସତ୍ୟସୁନ୍ଦର ସେଠୀ, ନିର୍ମଳ ଚନ୍ଦ୍ର ନାୟକ, ଡମ୍ବରୁଧର ମହାନ୍ତ, ଉଦୟ ନାୟକ, ପୁଷ୍ପହାସ ପଟ୍ଟନାୟକ, ସୁଶୀଲ କୁମାର ମାଝୀ, ରମେଶ ଚନ୍ଦ୍ର ସେଠୀ, ଲକ୍ଷ୍ମୀଧର ଜେନା, ସନ୍ତୋଷ କୁମାର ଦାସ, ଲଳିତ ମୋହନ ବେହେରା, ନିଳାଦ୍ରୀ ବିହାରୀ ମିଶ୍ର, ସୁଧାରାଣୀ ପଟ୍ଟନାୟକ, ମାନସ ରଞ୍ଜନ ପଣ୍ଡା, ଚଣ୍ଡୀପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କୁ ଏହି ସର୍ବୋଦୟ ତୋଗଣ ଭେଟି ଭ୍ରଷ୍ଟାଚାର ବିରୋଧୀ ଜନଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ କେନ୍ଦୁଝର ସହର ସମେତ ସଦ, ହରିଚନ୍ଦନପୁର, ତେଲକୋଇ, ସାହାରପଡା ଓ ପାଟଣା ବ୍ଲକର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସାକ୍ଷାତ କରି ଆଗାମୀ ଦିନରେ ଜିଲାରେ କିଭଳି ସର୍ବୋଦୟ ଆନ୍ଦୋଳନକୁ ଅଧିକ ମଜବୁତ୍‌‌ କରିବା ସହ ଗାନ୍ଧୀ ବିଚାରଧାରାରେ ଦେଶକୁ ଆଗେଇ ନେବାକୁ ହେବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories