www.samajalive.in
Saturday, December 6, 2025
23.1 C
Bhubaneswar

ଶିଶୁଙ୍କ ପ୍ରତି ବଳାତ୍କାର ଭାବନା ଜାଗ୍ରତ କରୁଥିବା ସାମଗ୍ରୀ ରଖିଲେ ଦଣ୍ଡ

ନୂଆଦିଲ୍ଳୀ: ଶିଶୁଙ୍କ ପ୍ରତି ଯୌନ ଭାବନା ଉଦ୍ରେକ କରୁଥିବା ସାମଗ୍ରୀ ମହଜୁଦ, ବିକ୍ରି, ବ୍ୟବହାର, ପ୍ରଦର୍ଶନ ଏଣିକି ଅପରାଧ ଭାବେ ବିବେଚିତ ହେବ। ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବା। ଦୋଷୀ ସାବ୍ୟସ୍ତ ହେଲେ ସର୍ବନିମ୍ନ ୧ ହଜାର ଟଙ୍କା ଜୋରିମାନା ସହିତ ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‍ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ଅପରାଧର ପୁନରାବୃତ୍ତି ଘଟିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ସହିତ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‍ ଯିବାକୁ ପଡ଼ିବ। ଶିଶୁ ଯୌନ ଅପରାଧ ନିରୋଧ ଆଇନର ଧାରା ୧୫ରେ ଏ ସଂକ୍ରାନ୍ତରେ ସଂଶୋଧନ ଅଣାଯିବ। ହ୍ୱାଟସ୍‍ଆପ୍‍ କିମ୍ବ ଅନ୍ୟ କୌଣସି ସୋସିଆଲ୍‍ ମିଡିଆରେ ଏ ସମ୍ପର୍କିତ ଫଟୋ କିମ୍ବା ଭିଡିଓ ପୋଷ୍ଟ କଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପରାଧୀ ଭାବେ ବିଚେଚନା କରାଯିବ। କିନ୍ତୁ କୌଣସି ଘଟଣା ସମ୍ପର୍କରେ ତଥ୍ୟ ଦେବା ପାଇଁ କିମ୍ବା କୋର୍ଟରେ ପ୍ରମାଣ ସ୍ୱରୂପ ଉପସ୍ଥାପନ କରିବା ପାଇଁ ଯଦି ଆପତ୍ତିଜନକ ଫଟୋ, ଭିଡିଓ କିମ୍ବା ସାମଗ୍ରୀ ଆଦାନପ୍ରଦାନ କରାଯାଏ ତେବେ ତାହାକୁ ଅପରାଧ ଭାବେ ବିବେଚନା କରାଯିବ ନାହିଁ।
ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ଆଇନ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟକୁ ପଠାଯାଇଛି। ମନ୍ତ୍ରାଳୟର ତର୍ଜମା ପରେ ଏହାକୁ କ୍ୟାବିନେଟ୍‍ରେ ଉପସ୍ଥାପନ କରାଯିବ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories