www.samajalive.in
Saturday, December 13, 2025
26.1 C
Bhubaneswar

ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ସମ୍ବଲପୁର: ଧନକଉଡା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଫକ୍ଷରୁ ଏକ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲା ଶିକ୍ଷା କାର୍ଯ୍ୟାଳୟ ସମ୍ବଲପୁର ଠାରେ ଜିଲା ଶିକ୍ଷାଧିକାରିଣୀ ମୀନାରାଣି ମଙ୍ଗଳ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ସୁରେନ୍ଦ୍ର କୁମାର ସାହୁ ସବୁଜ ପତାକା ଦେଖାଇ ଏହାର ଉଦଘାଟନ ବୁଧବାର ପୂର୍ବାହ୍ନରେ କରିଥିଲେ। ଏହି ସଚେତନତା ରଥ ଆଗାମୀ ୧୦ ଦିନ ଧରି ଜିଲାର ବିଭିନ୍ନ ଗ୍ରାମ ତଥା ବସ୍ତି ଅଞ୍ଚଳକୁ ଯାଇ ଅଧାରୁ ପାଠ ପଢ଼଼ା ଛାଡିଥିବା ପିଲା ମାନଙ୍କୁ କିଭଳି ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହେବେ ଏହା ପରେ ସଚେତନ କରିବ। ଏଥି ସହ ୨୦୨୩ ମେ ମାସ ସୁଦ୍ଧା ସମସ୍ତ ପିଲା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନରେ ଦକ୍ଷତା ହାସଲ କରିବା ପାଇଁ ଅଭିଭାବକ ମାନଙ୍କୁ ମଧ୍ୟ ସଚେତନ ଓ ଜାଗ୍ରତ କରାଯିବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଏହି ଅବସରରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଡ. ମୁରଲୀଧର ବେହେରା, ଜୟଶ୍ରୀ ଦୋରା, ରମେଶ କୁମାର ମିଶ୍ର, ଅନୁପମା ମହାପାତ୍ର, ଅସୀମ ପ୍ରଧାନ, ଶୁଭଶ୍ରୀ ରାୟ, ରଞ୍ଜିତା ସେଠ, ସ୍ମୃତିମୟୀ ରାଉଳ, ରମେଶ ବେହେରା, ସଞ୍ଜୟ କୁମାର ବର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories