www.samajalive.in
Saturday, December 13, 2025
14.1 C
Bhubaneswar

ଲଗାଣ ବର୍ଷାରେ ଚାଷ ଜମି କ୍ଷତିଗ୍ରସ୍ତ , ଚାଷୀଙ୍କୁ ଦିଆଯାଉ କ୍ଷତିପୂରଣ

ବାଉଁଶୁଣି: ବୌଦ୍ଧ ବ୍ଲକ୍ ବାଉଁଶୁଣି ରାଜସ୍ବ ଅନ୍ତର୍ଗତ ମାଉଳିମୁଣ୍ଡା ଛକରୁ ଟିକିରାପଡ଼ା ଗ୍ରାମ ନିକଟସ୍ଥ ଚାଷ ଜମିରେ ବର୍ଷା ଜଳ ଜମି ରହିଥିବା ଦେଖିବାକୁ ମିଳିଛି। ବେଆଇନ୍ ଘର ନିର୍ମାଣ ଓ ମାଟି ବାଡ ପାଇଁ ବିଲରୁ ବର୍ଷା ଜଳ ନିଷ୍କାସନ ହୋଇନପାରୁ ନାହିଁ। ଫଳରେ ଜମିରେ ବର୍ଷା ଜଳ ଜମି ରହିବା ସହ ଏକ କୃତ୍ରିମ ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ଚାଷୀ ଚାଷରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଚାଷୀମାନେ ଜଳକର ଓ ଭୂମି କର ଦେଉଥିବା ବେଳେ ଚାଷରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ବର୍ଷାରେ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ଚାଷୀଙ୍କ କ୍ଷତିପୂରଣ ଦେବାକୁ ପ୍ରଶାସନ ନିକଟରେ ଦାବି କରାଯଇଛି। ତୁରନ୍ତ ବୌଦ୍ଧ ତହସିଲଦାର ଏଦିଗରେ ଦୃଷ୍ଟି ଦେଇ ଚାଷୀଙ୍କୁ କ୍ଷତିପୂରଣ ଦେବା ସହିତ ବିଲରେ ଜମି ରହିଥିବା ବର୍ଷା ଜଳ ନିଷ୍କାସନର ସୁବିଧା କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories