www.samajalive.in
Sunday, December 14, 2025
15.1 C
Bhubaneswar

ଲାଞ୍ଜିଗଡ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଓ ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ 

ଲାଞ୍ଜିଗଡ଼ : କଳାହାଣ୍ଡି  ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହରର କମ୍ୟୁନିଟି ହଲରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିର୍ଘବର୍ଷ ହେଲା ଲାଞ୍ଜିଗଡ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଦେବୀଦୁର୍ଗାଙ୍କ ପୂଜା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ଦୁର୍ଗାପୂଜା ମହା ଆଡମ୍ବରରେ ପାଳନ କରାଯିବ ବୋଲି ବୈଠକରେ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ ସୁଚନା ଦେଇଛନ୍ତି । ଏହି ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ନୁତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏହି ଦୁର୍ଗାପୂଜା କମିଟିର ସଭାପତି ଭାବେ ଜୟନ୍ତ ମହାଖୁଡ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ଏମ. ସୁନ୍ଦର ଶେଖର ଓ କୋଷାଧ୍ୟକ୍ଷ ଭାବେ ରାଜେନ୍ଦ୍ର ମାଳି ମନୋନୀତ ହୋଇଛନ୍ତି । ଆଜିର ଏହି ବୈଠକ ଲାଞ୍ଜିଗଡ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ  ଭୁପେନ୍ଦ୍ର କୁମାର ମହାରଥା ସ୍ୱାଗତ ଭାଷଣ ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ ,ଶ୍ରମିକ ସଂଘ ସଭାପତି ସଞ୍ଜିବ ପେସନିଆ, ଶ୍ରୀମୁଖ ଅଗସ୍ତି, କାର୍ତ୍ତିକ ଓଡିଆ,ସୁମନ୍ତ ଦଳବେହେରା, ପ୍ରମୁଖ ଉପସ୍ଥିତି ଥିବା ବେଳେ କର୍ତ୍ତା ଭାବେ ରାମ ଚନ୍ଦ୍ର ସିଂ ଓ ତାଙ୍କ ଧର୍ମପତ୍ନୀ ଜାନକି ସିଂ ଦାୟିତ୍ୱ ନିର୍ବାହ କରିବେ ବୋଲି ପୁଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଗାପୂଜା ୫ ଦିନ ଧରି ହେବ ବୋଲି ପୁଜା କମିଟି ତରଫରୁ ସୂଚନା ଦିଆଯାଇଛି ।ଏହି ବୈଠକରେ ଏକ ଶାନ୍ତିି କମିଟି ଗଠନ କରାଯାଇ ସେଥିରେ ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଲାଞ୍ଜିଗଡ ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକକା, ରାଜେନ୍ଦ୍ର ପ୍ରତାପ ସିଂହଦେଓ, ଚନ୍ଦ୍ରଧ୍ୱଜ ପେସନିଆ, ଶ୍ରୀମୁଖ ଅଗସ୍ତି, ଚାଞ୍ଚେର ମାଝୀ, ରାଘବ ଗହୀର,ଏମ.ଚନ୍ଦ୍ରଶେଖର, ପରେଶ କୁମାର ନାୟକ, କ୍ଷମାନିଧି ମହାଖୁଡ, ରମେଶ ଚନ୍ଦ୍ର ନାୟକ ପ୍ରମୁଖଙ୍କୁ ଚୟନ କରାଯାଇଥିବା ବେଳେ ଶେଷରେ ଭୁପେନ୍ଦ୍ର ମହାରଥା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories