www.samajalive.in
Wednesday, December 10, 2025
23.1 C
Bhubaneswar

ମଣିପୁରରେ ପୁଣି ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ: ହିଂସା ଅଧ୍ୟୁଷିତ ମଣିପୁରରେ ପୁନର୍ବାର ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ସାରା ରାଜ୍ୟରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ଓ ସାଧାରଣ ଇଣ୍ଟରନେଟ୍/ଡାଟା ସେବାକୁ ବନ୍ଦ କରାଯାଇଛି। ଗତ ୨୩ ତାରିଖରେ ରାଜ୍ୟରେ ଇଣ୍ଟରନେଟ ସେବାକୁ ସ୍ବାଭାବିକ କରାଯାଇଥିବାବେଳେ ପୁନର୍ବାର ଏହାକୁ ବନ୍ଦ କରାଯାଇଛି। ଏହା ସହିତ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଶୁକ୍ରବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।

ମଙ୍ଗଳବାର ଇମ୍ଫାଲରେ ଦୁଇଜଣ ଯୁବକଙ୍କ ହତ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ସମୟରେ ପୁଲିସର ଲାଠି ମାଡରେ ୪୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଅନେକ ଛାତ୍ରୀ ରହିଛନ୍ତି। ଗତ ମେ ମାସରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଛି। ହିଂସାକୁ ନେଇ ଗତ ଜୁଲାଇରେ ଦୁଇଜଣ ଛାତ୍ରଙ୍କୁ ଅପହରଣ କରାଯାଇଥିଲା। ଅପହୃତ ଦୁଇ ଛାତ୍ରଙ୍କୁ ମଙ୍ଗଳବାର ହତ୍ୟା କରାଯିବା ପରେ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୃତ ଦୁଇ ଛାତ୍ର ହେଲେ ଫିଜାମ ହେମଜିତ (୨୦) ଓ ହିଜାମ ଲିଥୋଙ୍ଗାମ୍ବି (୧୭)। ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ମଣିପୁରରେ ହିଂସାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିନ୍ଦା କରିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories