www.samajalive.in
Saturday, December 13, 2025
26.1 C
Bhubaneswar

ପୁଣି କୁଲଡ଼ା ଖଣିରେ ଦୁର୍ଘଟଣା, ଚାଳକ ମୃତ

* ନିର୍ଦ୍ଧାରିତ ସମୟରେ ବ୍ଲାଷ୍ଟିଙ୍ଗ ହୋଇନଥିଲା
* ବ୍ଲାଷ୍ଟିଙ୍ଗ ସମୟରେ ସୁରକ୍ଷା କର୍ମୀ ଅନୁପସ୍ଥିତ ଥିବାର ଅଭିଯୋଗ

ସୁନ୍ଦରଗଡ : ଏମ.ସି.ଏଲ କୁଲଡ଼ା ଖଣିରେ ବ୍ଲାଷ୍ଟିଙ୍ଗ ଜନିତ ଦୁର୍ଘଟଣା ଯୋଗୁଁ ଚାଳକର ମୃତ୍ୟୁ ଘଟିଛି। ଶୁକ୍ରବାର ଅପରାହ୍ନ ପ୍ରାୟ ୨.୧୮ ସମୟରେ କୁଲଡ଼ା ଖଣିରେ କୋଇଲା ଖନନ ପାଇଁ ବ୍ଲାଷ୍ଟିଙ୍ଗ କରାଯାଇଥିଲା। ଏହି ସମୟରେ ଖଣି ଭିତର ତଳ ରାସ୍ତାରେ ମଲ୍ଟିଏକ୍ସେଲ ଗାଡ଼ି ନମ୍ବର ଓଡ଼ି୧୬ସି୫୯୩୦ ଉପରେ ବ୍ଲାଷ୍ଟିଙ୍ଗ କୋଇଲା ପଡ଼ିଥିଲା। ପ୍ରଚୁର କୋଇଲା ପଡ଼ିବା ଯୋଗୁଁ ଗାଡ଼ିର ଚାଳକ କେବିନ ସଂପୂର୍ଣ୍ଣ ଉଡ଼ିଯାଇଥିଲା। ଫଳରେ ଝାଡଖଣ୍ଡର ଚାଳକ ମଲାଣ୍ଡିର ଇସରାଫିଲ ଅଂସାରୀ(୨୯) ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଚାଳକ ମାନେ ବସୁନ୍ଧରା ହସ୍ପିଟାଲକୁ ନେଇଥିଲେ। ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଉକ୍ତ ମାମଲାକୁ ସମାଧାନ କରିବା ପାଇଁ ବିଭିନ୍ନ ମହଲରୁ ଚାପ ପଡ଼ୁଥିବାର ଅଭିଯୋଗ ହୋଇଛି। ଏଥିପାଇଁ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ହେମଗିର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି, ବଲିଙ୍ଗା ଫାଣ୍ଡି ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କୁ ଦାୟୀକରି ଥାନାଧିକାରୀଙ୍କୁ ଏଫ.ଆଇ.ଆର ଦେଇଥିଲେ। ଘଟଣା ସ୍ଥଳରେ ଉପସ୍ଥିତ ଥିବା ଡ଼୍ରାଇଭର ମାନଙ୍କ ଅଭିଯୋଗ ଅନୁସାରେ ପ୍ରାୟ ଅପରାହ୍ନ ୧.୪୦ରେ ବ୍ଲାଷ୍ଟିଙ୍ଗ ହୋଇଥାଏ କିନ୍ତୁ ଆଜି ୨.୧୮ରେ ବ୍ଲାଷ୍ଟିଙ୍ଗ କରାଯାଇଥିଲା। ସେ ସମୟରେ ବ୍ଲାଷ୍ଟିଙ୍ଗ ମେନେଜର କିମ୍ବା ସୁରକ୍ଷା ଅଧିକାରୀ କୌଣସି ସତର୍କ ସୂଚନା ଦେଇ ନଥିବା ବେଳେ ସୁରକ୍ଷା କର୍ମୀ ମଧ୍ୟ ନଥିଲେ। ବ୍ଲାଷ୍ଟିଙ୍ଗ ଓ ସୁରକ୍ଷା ଉପରେ ବ୍ୟାପକ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ, ଏମ.ସି.ଏଲ ବସୁନ୍ଧରା ଗର୍ଜନବାହାଲ ଖଣିରେ ଖଣି ସୁରକ୍ଷାର ବ୍ୟାପକ ଅବହେଳା କରାଯାଇଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି। ଖଣି ସୁରକ୍ଷା ପାଇଁ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ ପ୍ରତି ମାସରେ ନିରୀକ୍ଷଣ କରିବାର ନିୟମ ଥିଲେ ମଧ୍ୟ ଏହି ପ୍ରକ୍ରିୟାରେ ଘୋର ଅବ୍ୟବସ୍ଥା ଦେଖାଯାଉଥିବାରୁ ବାରମ୍ବାର ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବାର ଅଭିଯୋଗ ହୋଇଛି। ଖଣି କର୍ତ୍ତୃପକ୍ଷ ସୁରକ୍ଷା ପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories