www.samajalive.in
Sunday, December 14, 2025
19.1 C
Bhubaneswar

ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ : ଭାରତକୁ ହରାଇ ଫାଇନାଲରେ ଇଂଲଣ୍ଡ

ନର୍ଥସାଉଣ୍ଡ(ୱେଷ୍ଟଇଣ୍ଡିଜ) : ଇଂଲଣ୍ଡ ଏଠାରେ ଚାଲିଥିବା ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ଉନ୍ନୀତ ହୋଇଛି। ଆମି ଜୋନ୍‍ସ ଓ ନାତାଲି ସିଭରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଗୁରୁବାର ରାତିରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ୧୯.୩ ଓଭରରେ ୧୧୨ ରନରେ ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ୨ ୱିକେଟରେ ୧୧୭ ରନ କରି ବିଜୟୀ ହେବାସହିତ ଫାଇନାଲରେ ସ୍ଥାନ ପକ୍କା କରିଛି। ଆସନ୍ତା ୨୫ରେ ଖେଳାଯିବାକୁ ଥିବା ଫାଇନାଲରେ ଇଂଲଣ୍ଡ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ଭେଟିବ। ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ୭୧ ରନରେ ଆୟୋଜକ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି।
ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ତାନ୍ୟା ଭାଟିଆ (୧୧) ଓ ସ୍ମୃତି ମାନ୍ଧାନା (୩୪) ପ୍ରଥମ ୱିକେଟ ପାଇଁ ୪୩ ରନ ଯୋଗକରିଥିଲେ। ମାନ୍ଧାନାଙ୍କ ପ୍ରସ୍ଥାନ ପରେ ଜେମିମା ରୋଡ୍ରିଗ୍ୱେଜ୍‍ (୨୬) ଓ ହରମନପ୍ରୀତ (୧୬) ଭାରତୀୟ ସ୍କୋରକୁ ୮୯ ରନରେ ପହଞ୍ଚାଇଥିଲେ। ୯୪ ରନ ମଧ୍ୟରେ ଜେମିମା ଓ ହରମନପ୍ରୀତ ପ୍ୟାଭିଲିୟନ ଫେରିଯିବାପରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇପଡିଥିଲା। ଏକଦା ୮୯ ରନରେ ୨ଟି ୱିକେଟ ହରାଇଥିବା ଭାରତ ଆଉ ୨୩ ରନ ମଧ୍ୟରେ ଅବଶିଷ୍ଟ ୮ଟି ୱିକେଟ ହରାଇ ୧୧୨ ରନରେ ଅଲଆଉଟ ହୋଇଥିଲା। ଉପରୋକ୍ତ ଚାରିଜଣ ବ୍ୟାଟସମ୍ୟାନଙ୍କୁ ବାଦଦେଲେ ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ। ଇଂଲଣ୍ଡ ପକ୍ଷରୁ ହିଦର ନାଇଟ୍‍ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଏକ୍ଲିଷ୍ଟୋନ ଓ ଗର୍ଡନ ପ୍ରତ୍ୟେକ ୨ଟି ୱିକେଟ ପାଇଥିଲେ।
୧୧୩ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଇଂଲଣ୍ଡ ୨୪ ରନ ମଧ୍ୟରେ ଦୁଇ ଓପନର ଟାମି ବିମଣ୍ଟ (୧) ଓ ଡାନିଏଲା ୱାଟ୍‍ଙ୍କ (୮) ୱିକେଟ ହରାଇଥିଲା। ତେବେ ଆମି ଜୋନ୍‍ସ ଓ ନାତାଲି ସିଭର ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ୩ୟ ୱିକେଟ ପାଇଁ ଅବିଭାଜିତ ୯୨ ରନ ଯୋଗକରିବା ଫଳରେ ଇଂଲଣ୍ଡ ୧୭.୧ ଓଭରରେ ୨ ୱିକେଟ ବିନିମୟରେ ୧୧୬ ରନ କରି ବିଜୟୀ ହୋଇଥିଲା। ଏହି ଅବସରରେ ଜୋନ୍‍ସ (ଅପରାଜିତ ୫୩) ଓ ସିଭର (ଅପରାଜିତ ୫୨) ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ଦିପ୍ତୀ ଶର୍ମା ଓ ରାଧା ଯାଦବ ପ୍ରତ୍ୟେକ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories