www.samajalive.in
Sunday, December 14, 2025
26.1 C
Bhubaneswar

ବିଏସ୍‍ଏନ୍‍ଏଲ୍‍ ଗ୍ରାହକ ମାନଙ୍କୁୁ ମିଳିବ ପ୍ରତିଦିନ ଅଧିକ ୨.୧ଜିବି ଡାଟା

ନୂଆଦିଲ୍ଲୀ : ଭାରତୀୟ ଦୂର ସଂଚାର ନିଗମ ଲିମିଟେଡ(ବିଏସଏନଏଲ) ତାର କିଛି ଗ୍ରାହକ ମାନଙ୍କୁ ମାଗଣାରେ ୨.୧ଜିବିର ଅଧିକ ଡାଟା ଦେଉଛି। ଏହି ଅଫରକୁ କମ୍ପାନୀ ଆଉ କିଛି ଦିନ ବଢାଇ ଥିବା ଜଣାପଡିଛି। ଅଫର ଅନୁସାରେ ବିଏସ୍‍ଏନ୍‍ଏଲ୍‍ର କିଛି ଗ୍ରାହକ ମାନଙ୍କୁ ଏବେ ଜାନୁୟାରୀ ୨୦୧୯ପର୍ଯ୍ୟନ୍ତ ପ୍ରତିଦିନ ୨.୧ଜିବି ଡାଟା ମାଗଣାରେ ମିଳିବ। ଏହି ଡାଟା ବିଏସ୍‍ଏନ୍‍ଏଲ୍‍ର କିଛି ପ୍ଳାନ ସହିତ ଅତିରିକ୍ତ ଭାବେ ମିଳିବ। ପ୍ରଥମେ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଥିବା ଏହି ଅଫରକୁ ଏବେ ଜାନୁୟାରୀ ପର୍ଯ୍ୟନ୍ତ ବଢାଇଦିଆଯାଇଛି। ରିପୋର୍ଟ ଅନୁସାରେ ବିଏସ୍‍ଏନ୍‍ଏଲ୍‍ରେ ପ୍ରତିଦିନ ୨.୧ଜିବି ଡାଟା ଥିବା ପ୍ଲାନକୁ ୧୬୯୯ ଟଙ୍କା ଏବଂ ୨୦୯୯ଟଙ୍କା ଦୁଇଟି ପ୍ଲାନ ସହ ଜୋଡି ଦିଆଯାଇଛି। ଏବେ ଏହି ଫ୍ରି ଅଫର ଡାଟାର ସୁବିଧା ଏହି ଦୁଇଟି ପ୍ଲାନ ଥିବା ଗ୍ରାହକ ମାନେ ପାଇପାରିବେ। ବିଏସ୍‍ଏନ୍‍ଏଲ୍‍ର ଏହି ଫ୍ରି ଡାଟା କେବଳ ୧୮୬ଟଙ୍କା, ୪୨୯ଟଙ୍କା, ୪୮୫ଟଙ୍କା, ୬୬୬ଟଙ୍କା ଏବଂ ୯୯୯ଟଙ୍କା ଥିବା ପ୍ଲାନରେ ଗ୍ରାହକଙ୍କୁ ମିଳିବ। ଏହାସହ ୧୮୭ଟଙ୍କା, ୩୩୩ଟଙ୍କା, ୩୪୯ଟଙ୍କା, ୪୪୪ଟଙ୍କା, ଏବଂ ୪୪୮ ଟଙ୍କା ପ୍ଲାନ ସହିତ ମଧ୍ୟ ଏହି ଅଫର ରହିଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories