www.samajalive.in
Saturday, December 6, 2025
16.1 C
Bhubaneswar

ମୁମ୍ବଇରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ମୁମ୍ବଇ .-  ଦୂରରେ  ରହିବି  ଅନେକ ଓଡ଼ିଆ ନିଜର ରୀତି ନୀତି ଓ ପରମ୍ପରାକୁ ଭୁଲି ଯାଇ ନାହାନ୍ତି । ଦେଶ ବିଦେଶରେ ରହୁଥିବା ଅନେକ ଓଡ଼ିଆ ନିଜର ରୀତି ନୀତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଭିନ୍ନ  ପର୍ବ ପର୍ବାଣୀକୁ ପାଳନ କରିଥାଆନ୍ତି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ମୁମ୍ବଇରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀମାନେ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରିଛନ୍ତି ।

ଓଡ଼ିଶା ଗୌରବମୟ ନୌବାଣିଜ୍ୟ ଐତିହକୁ ମନେ ପକାଇବା ସହ  ବମ୍ବେ ଓଡ଼ିଆ ମହିଳା  ସଂଘ (ବୋଆ) ପକ୍ଷରୁ  କାର୍ତ୍ତିକ ପୂର୍ଣ୍ଣମାକୁ ଧୂମଧାମରେ ପାଳନ କରାଯାଇଛି । ନିଜ କାର୍ଯ୍ୟବ୍ୟସ୍ତତାରୁ ସମୟ ବାହର କରି ବହୁ ସଂଖ୍ୟାରେ ମହିଳାମାନେ ଏଥିରେ ସାମିଲ ହୋଇଛନ୍ତି ।   ବୃନ୍ଦାବତୀଙ୍କ ପୂଜା ଓ ମୁରୁଜ ପକା ପରେ ଏକ ସୁସଜ୍ଜିତ ବୋଇତ ବନ୍ଦାଣ କରାଯାଇଥିଲା । ନଭି ମୁମ୍ବଇର ନେରୁଲରେ ଥିବା ପାମ୍‌ ହ୍ରଦ ନିକଟରେ  ବୋଇତ ବନ୍ଦାଣ କରାଯାଇଥିଲା  ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବୋଆର ଅଧ୍ୟକ୍ଷା କାନନିକ ତ୍ରିପାଠୀ, ଉପାଧ୍ୟକ୍ଷା ପୁଷ୍ପା ଦାସ, ପ୍ରତିଭା ବୀର ,ଓ ସମ୍ପାଦିକା ମୀରା ମିଶ୍ର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories