www.samajalive.in
Sunday, December 14, 2025
26.1 C
Bhubaneswar

ଲକ୍ଷ୍ମୀପୁର-ଟିକିରି ରାସ୍ତା ଅବସ୍ଥା ଶୋଚନୀୟ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଠାରୁ ଟିକିରି ଯାଇଥିବା ରାସ୍ତାର ଅବସ୍ଥା ଅତ୍ଯନ୍ତ ଶୋଚନୀୟ ହୋଇପଡ଼ିଛି। ଫଳରେ ଯାନବାହାନ ଚଳାଚଳରେ ଘୋର ଅସୁବିଧା ସୃଷ୍ଟି ହେବା ସହିତ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଲକ୍ଷ୍ମୀପୁର ରେଳବାଇ ଛକ ଠାରୁ ଟିକିରି ପର୍ଯ୍ୟନ୍ତ ପ୍ରାୟ ପିଚୁ ରାସ୍ତାଟି ଶୋଚନୀୟ ହୋଇପଡ଼ିଛି। ରାସ୍ତାଟି ପ୍ରଥମେ ଅଣ ଓସାରିଆ ଥିଲା। କିଛି ବର୍ଷ ହେଲା ଏହାର ପ୍ରଶସ୍ତିକରଣ କରାଯାଇଛି। ରାସ୍ତାରେ ପ୍ରାୟ ସ୍ଥାନରେ ଛୋଟ ଛୋଟ ପୋଖରୀ ସଦୃଶ ଗର୍ତ୍ତ ମାନ ସୃଷ୍ଟି ହୋଇ ଯାତାୟାତରେ ବହୁତ ଅସୁବିଧା ଉପୁଜୁଛି। ଲକ୍ଷ୍ମୀପୁର ରେଳବାଇ ଛକ ଠାରୁ ସିଙ୍ଗସରାମ୍ ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଅଢ଼େଇ ବର୍ଷ ହେବ ପ୍ରଶସ୍ତିକରଣ କରାଯାଇଥିଲା। ତେବେ ନିର୍ମାଣର ମାତ୍ର ବର୍ଷକ ପରେ ରାସ୍ତାର ଅବସ୍ଥା ଦୟନୀୟ ହୋଇ ପଡିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories