www.samajalive.in
Sunday, December 7, 2025
13.1 C
Bhubaneswar

ହଜାରେ ବର୍ଷର ପୁରାତନ ଶୈବପୀଠର ଉନ୍ନତି କରାଯାଉ

ପାତ୍ରପୁର: ପାତ୍ରପୁର ଅଞ୍ଚଳର କେନ୍ଦ୍ରସ୍ଥଳ ପାତ୍ରପୁର ଗ୍ରାମରେ ଥିବା ଏକ ହଜାର ବର୍ଷ ତଳର ପୁରାତନ ଶୈବପୀଠ କାଶୀ ବିଶ୍ଵନାଥ(ଦେଉଳିଆ) ଶିବ ମନ୍ଦିର ଉନ୍ନତି ସହିତ ରାସ୍ତା ପକ୍କା କରିବା ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଛି। ପାତ୍ରପୁର ଏହି ଅଞ୍ଚଳର ବଡ଼ ଗ୍ରାମ। ଗ୍ରାମରେ ଏକାଧିକ ଶିବ ମନ୍ଦିର ସହ ବିଭିନ୍ନ ମନ୍ଦିର ରହିଛି। ତେବେ ଦେଉଳିଆଠାରେ ଥିବା କାଶୀ ବିଶ୍ୱନାଥ ମନ୍ଦିରଟି ଗ୍ରାମଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ରହିଛି। ଏହି ମନ୍ଦିରଟି କେଲୁହା-ସାମନ୍ତିଆ ପଲ୍ଲୀ ପୂର୍ତ୍ତ ବିଭାଗ ରାସ୍ତାର ପୂର୍ବ ପାର୍ଶ୍ୱରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ରହିଛି। ମନ୍ଦିରଟି ଏକ ହଜାର ବର୍ଷ ତଳର ବୋଲି ବହୁ ବରିଷ୍ଠ ବ୍ୟକ୍ତି ମତ ଦିଅନ୍ତି। ମନ୍ଦିରର ଅନେକ ମହାତ୍ମ୍ୟ ରହିଛି। ସଭା ସମିତି ବୈଠକ ବିବାହ ବ୍ରତଠାରୁ ଆରମ୍ଭ କରି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ପାଇଁ ଭିଡ଼ ପରିଲକ୍ଷିତ ହୋଇଥାଏ। ଚିକିଟିର ପୂର୍ବତନ ଜମିଦାର(ରାଜା) ୧୧୨୦ସାଲରେ ଏଠାରେ ନୂତନ ମନ୍ଦିର ନିର୍ମାଣ କରିଥିବା ମନ୍ଦିର ପୂଜକ କହନ୍ତି। ପାତ୍ରପୁର ଗ୍ରାମ ସହିତ ଅଞ୍ଚଳର ବହୁ ଭକ୍ତ ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ଏହି ଗ୍ରାମଟି ବଡ଼ ଗ୍ରାମ ହୋଇଥିବା ବେଳେ ବର୍ଷ ତମାମ ଜଳ କଷ୍ଟ ଲାଗି ରହିଥାଏ। ଏହି ମନ୍ଦିର ପାର୍ଶ୍ଵରେ ଏକ ବଡ଼ ପୋଖରୀ ରହିଥିବା ବେଳେ ରାସ୍ତା ପାର୍ଶ୍ବରେ ଶ୍ମଶାନ ରହିଛି । ଗ୍ରାମ ତଥା ଆଖପାଖ ଗ୍ରାମର ଲୋକମାନେ ଗ୍ରୀଷ୍ମ କାଳ ସହିତ ଅନ୍ୟ ସମୟରେ ସ୍ନାନ କରିବାକୁ ଏହି ପୋଖରୀକୁ ଆସିଥା’ନ୍ତି। ତେବେ ପୂର୍ତ୍ତ ବିଭାଗ ରାସ୍ତାଠାରୁ ମନ୍ଦିର ପର୍ଯ୍ୟନ୍ତ ଥିବା ରାସ୍ତାଟି ଆବଡା ଖାବଡା ହୋଇ ରହିଛି। ଏବେ ସାଧାରଣ ବର୍ଷା ପରେ ରାସ୍ତାରେ ପାଣି ଜମିରହିବା ଯୋଗୁଁ କାଦୁଅ ହୋଇ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ଏବେ ରାଜ୍ୟରେ ବିଭିନ୍ନ ମନ୍ଦିରର ଉନ୍ନତି କରିବା ଦିଗରେ ସରକାର ପଦକ୍ଷେପ ନେଇ ଉନ୍ନତି କରୁଥିବା ବେଳେ ଏହି ମନ୍ଦିର ଉନ୍ନତି ସହିତ ରାସ୍ତା ପକ୍କା କରିବାକୁ ସୁରେଶ ଚନ୍ଦ୍ର ଦ୍ୟାନ ସାମନ୍ତରା ଦାବୀ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories