www.samajalive.in
Monday, December 8, 2025
13.1 C
Bhubaneswar

ପୁରୁଣା ବ୍ରିଜ ହଟାଇବା ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକର ଚାଷୀକୁଳଙ୍କ ଦୁଃଖ ଭାବେ ପରିଚିତ ପାଟ ନଇର‌ ପୁନରୁଦ୍ଧାର ସହ ପୁରୁଣା ବ୍ରିଜକୁ ହଟାଇବା ପାଇଁ  ଅନେକ ଚାଷୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ଧରି ବାହାନା ନାଳ ଓ ସାପୁଆ ନାଳରେ ପ୍ରବାହିତ ହେଉଥିବା ବର୍ଷା ଜଳ ମାର୍କଣ୍ଡି ମୁହାଣ ଦେଇ ସମୁଦ୍ରରେ ମିଶି ଥାଏ। କିନ୍ତୁ ଏହି ଦୁଇ ନାଳର ଜଳ ପ୍ରବାହିତ ହେଉଥିବା କେନାଲ ଗୁଡ଼ିକର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ବର୍ଷା ଦିନ ମାନଙ୍କରେ ତଳିଆ ଅଞ୍ଚଳରେ ରହିଥିବା ଚାଷ ଜମିରେ ପାଣି ଜମି ଫସଲ ନଷ୍ଟ ହେଉଥିଲା। ଏହା ନେଇ ବିଭିନ୍ନ ସମୟରେ ଦାବି ଉପସ୍ଥାପନ ପରେ ସରକାରଙ୍କ ପକ୍ଷରୁ ମାର୍କଣ୍ଡିକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୁରୁଣା ବ୍ରିଜ ସ୍ଥାନ ନୂଆ ବ୍ରିଜ ନିର୍ମାଣ ସହ ଦେଢବର୍ଷ ହେଲା କାର୍ଯ୍ୟକ୍ଷମ ହୋଇ ଥିଲେ ମଧ୍ୟ ପୁରୁଣା ବ୍ରିଜକୁ ସେହି ସ୍ଥାନରୁ ହଟାଯାଇ ନଥିବାରୁ ବର୍ଷା ଦିନ କେନାଲର ଦଳ ଗୁଡିକ ସେଠାରେ ଜମି ରହିଥିବାରୁ ବର୍ଷା ଜଳ ସଠିକ ଭାବେ ନିଷ୍କାସନ ହୋଇ ନପାରି ଜମିବା କୋଳଥିଗାଁ ସମେତ ଅନ୍ୟାନ୍ୟ ଅଞ୍ଚଳର ଚାଷ ଜମିରେ ବର୍ଷା ଜଳ ମାଡ଼ି ଯାଇ ଫସଲ ନଷ୍ଟ ହେଉଥିବା ଚାଷୀ ବିଜୟ ଚନ୍ଦ୍ର ଦଳାଇ, ଶ୍ରୀକାନ୍ତ ଦଳାଇ,ବାବାନାଥ ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories