www.samajalive.in
Sunday, December 14, 2025
19.1 C
Bhubaneswar

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପାଇଁ ଭଲ ଖବର- ବିଶାଖାପାଟଣା ଯାଏ ଚାଲିବ ସମ୍ବଲପୁର-ବନାରସ ଏକ୍ସପ୍ରେସ୍‌

ଭୁବନେଶ୍ବର : ବନାରସ ସହ ରେଳମାର୍ଗରେ ଯୋଡ଼ି ହେବ ଦକ୍ଷିଣ ଓଡ଼ିଶା। ସମ୍ବଲପୁର-ବନାରସ ଏକ୍ସପ୍ରେସ୍‌- ଭାୟା ଟିଟିଲାଗଡ଼ ଓ ରାୟଗଡ଼ା ହୋଇ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ଏହାଦ୍ବାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ରେଳ ସଂଯୋଗ ବୃଦ୍ଧି ପାଇବା ସହ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ଆଭ୍ୟନ୍ତରୀଣ ଜିଲାଗୁଡ଼ିକ ମଧ୍ୟ ଲାଭବାନ୍ ହେ​‌େ​‌ବ। ଜନଆଶୀର୍ବାଦ ଯାତ୍ରା ସମୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଦକ୍ଷିଣ ଓଡ଼ିଶାର ଜନସାଧାରଣ ବନାରସ ଓ ଆହ୍ଲାବାଦ ଯିବା ପାଇଁ ପ୍ରତ୍ୟକ୍ଷ ରେଳ ସଂଯୋଗ ନ ଥିବା ବିଷୟରେ କହିଥିଲେ। ସେମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଥିଲେ।

ସେତେବେଳେ ରେଳମନ୍ତ୍ରୀ ସେମାନଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦିଆଯିବ ବୋଲି ଆଶ୍ବାସନା ଦେଇଥିଲେ। ଏହି ରେଳ ସମ୍ପ୍ରସାରଣ ଦ୍ବାରା ରେଳମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି। ବାରଣାସୀ-ସମ୍ବଲପୁର-ବାରଣାସୀ ୧୮୩୧୨/୧୧ ପାକ୍ଷିକ ଏକପ୍ରେସର ସମ୍ପ୍ରସାରଣକୁ ମଞ୍ଜୁରୀ ମିଳିଛି। ଏହି ରେଳ ସଂଯୋଗ ଦ୍ବାରା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ, ହଟିଆ, ରାଞ୍ଚି, ରାଉରକେଲା, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜଙ୍କସନକୁ ଯାତ୍ରା ସହଜ ହେବ। ଏହା ଉପରୋକ୍ତ ଅଞ୍ଚଳରେ ଅର୍ଥନୈତିକ ଏବଂ ରେଳ ସଂଯୋଗ କ୍ଷେତ୍ରକୁ ଅଧିକ ମଜବୁତ କରିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories