www.samajalive.in
Sunday, December 14, 2025
19.1 C
Bhubaneswar

ତେଲେଙ୍ଗାନାରେ ପ୍ରାର୍ଥୀ ବାଣ୍ଟୁଛି ଚପଲ: କହିଲେ,ପ୍ରତିଶ୍ରୁତି ପୂରଣ ନହେଲେ ମାରି ପାରନ୍ତି ଜୋତା

ହାଇଦ୍ରାବାଦ: ଭାରତରେ ନିର୍ବାଚନ କୌଣସି ପାର୍ବଣଠାରୁ କମ୍‍ ନୁହେଁ। ସମସ୍ତ ରାଜନେତା ଜନତାଙ୍କୁ ଆକୃଷ୍ଟ କରିବାର ପ୍ରତିଯୋଗିତାରେ ଲାଗି ପଡ଼ନ୍ତି। ମତଦାତାଙ୍କ ଧ୍ୟାନ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ନେତା କରନ୍ତି ପ୍ରୟାସ। ଏହି ପ୍ରୟାସ କେତେବେଳେ କେମିତି ଖବରରେ ପରିଣତ ହୋଇଯାଏ।
ତେଲେଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି। ସବୁ ରାଜନୈତିକ ଦଳଠାରୁ ଆରମ୍ଭ କରି ପ୍ରାର୍ଥୀ ମତଦାତାଙ୍କୁ ପ୍ରଭାବିତ କରିବାର ପ୍ରୟାସ ଚଲେଇଛନ୍ତି। ନିର୍ବାଚନ କ୍ଷେତ୍ରରେ ନିଜ ସ୍ଥିତି ମଜବୁତ୍‍ କରିବା ପ୍ରାର୍ଥୀଙ୍କ ଏକମାତ୍ର ଲକ୍ଷ୍ୟ ପାଲଟିଥିବାବେଳେ ନେତାଙ୍କ ପ୍ରତିଶ୍ରୁତି ନା’ ଗ୍ୟାରେଣ୍ଟି ତାହା ବୁଝିବା ମତଦାତାଙ୍କ ପାଇଁ କାଠିକର ପ୍ରମାଣିତ ହେଉଛି।
ତେଲେଙ୍ଗାନାରେ ଆକୁଲା ହନୁମନ୍ତା ନିର୍ବାଚନ ପ୍ରଚାର ପାଇଁ ନିଆରା ପଥ ଆପଣେଇଛନ୍ତି। ଜଣେ ନିର୍ଦଳୀୟ ପ୍ରାର୍ଥୀ ଭାବେ ଆକୁଳା ନିର୍ବାଚନ ପ୍ରଚାର କରୁଛନ୍ତି। ସେ ମଧ୍ୟ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ପରି ମତଦାତାଙ୍କ ଘରଘର ବୁଲି ପ୍ରଚାର କରୁଛନ୍ତି। ମତଦାତାଙ୍କୁ ନିର୍ବାଚନ ପ୍ରତିଶ୍ରୁତି ଦେବା ପରେ ଆକୁଳା ସେମାନଙ୍କୁ ଏକ ଜୋତା ଉପହାର ଦେଉଛନ୍ତି। ପ୍ରତିଶ୍ରୁତି ପୂରଣ ନହେଲେ ଏହି ଜୋତା ମତେ ମାରି ପାରନ୍ତି ବୋଲି ଆକୁଳା ମତଦାତାଙ୍କୁ କହୁଛନ୍ତି। ଆକୁଳାଙ୍କ ଏଭଳି ନିର୍ବାଚନ ପ୍ରଚାର ତାଙ୍କ ଲୋକପ୍ରିୟତାକୁ କେତେଦୂର ବଢାଇଛି ତାହା ପରିଣାମ ଘୋଷଣା ପୂର୍ବରୁ କହି ହେବ ନାହିଁ, କିନ୍ତୁ ଜୋତା ବାଣ୍ଟିବାର ଭିଡିଓ ବେଶ୍‍ ଲୋକପ୍ରିୟତା ଅର୍ଜନ କରିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories