www.samajalive.in
Thursday, December 11, 2025
18.1 C
Bhubaneswar

୧୩ଟି ଇ-ନିଲାମରେ ବିକ୍ରି ହେଲାଣି ୧୮ ଲକ୍ଷ ୯ ହଜାର ମେଟ୍ରିକ୍ ଟନ୍ ଗହମ

ଡେସ୍କ: ଖୋଲା ବଜାର ବିକ୍ରୟ ଯୋଜନା ଅଧୀନରେ ୧୩ଟି ଇ-ନିଲାମ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୮ ଲକ୍ଷ ୯ ହଜାର ମେଟ୍ରିକ୍ ଟନ୍ ଗହମ ବିକ୍ରି କରାଯାଇଛି। ଭାରତୀୟ ଖାଦ୍ୟ ନିଗମ – ଏଫସିଆଇ ଓପନ୍ ମାର୍କେଟ୍ ବିକ୍ରୟ ଯୋଜନା ଅଧୀନରେ ସାପ୍ତାହିକ ଇ-ନିଲାମ ମାଧ୍ୟମରେ ଗହମ କ୍ୱିଣ୍ଟାଲ ପିଛା ୨ ହଜାର ୧୨୫ ଟଙ୍କା ମୂଲ୍ୟରେ ଉପଲବ୍ଧ କରାଉଛି। ଏହି ମୂଲ୍ୟ ଗହମର ବର୍ତ୍ତମାନର ସର୍ବନିମ୍ନ ସମର୍ଥନ ମୂଲ୍ୟ ସହିତ ସମାନ। ଗହମ ଏବଂ ମଇଦାର ଖୁଚୁରା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି।

୨୦୨୩-୨୪ ବର୍ଷରେ ଏପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ୧୩ଟି ଇ-ନିଲାମ କରାଯାଇଛି। ଦେଶର ୪୮୦ରୁ ଅଧିକ ଡିପୋରେ ପ୍ରତି ସପ୍ତାହରେ ଦୁଇ ଲକ୍ଷ ମେଟ୍ରିକ୍ ଟନ୍ ଗହମ ନିଲାମ କରାଯାଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories