www.samajalive.in
Sunday, December 14, 2025
23.1 C
Bhubaneswar

ଜିମସାର ନର୍ସିଂ କଲେଜ ପକ୍ଷରୁ ବିଶ୍ୱ ଆଲଜାଇମର୍ସ ଦିବସରେ ସଚେତନତା

ଆଠଗଡ: ଆଠଗଡ ବ୍ଲକର ମାଧବପୁରସ୍ଥିତ ଗୋପବନ୍ଧୁ ନର୍ସିଂ କଲେଜ ଓ ସ୍କୁଲ ପକ୍ଷରୁ ଗୁରୁବାର ଜେନାପଦା ଗ୍ରାମରେ ବିଶ୍ୱ ଆଲଜାଇମର୍ସ(ସ୍ମୃତିଶକ୍ତି କମିବା ରୋଗ) ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଧ୍ୟାପକ ଦେବାଶିଷ ପ୍ରଧାନ ଓ ଜୟଶ୍ରୀ ବେହେରାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଜିଏନଏମ ତୃତୀୟ ବର୍ଷ ଏବଂ ଏଏନଏମ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀମାନେ ଆଲଜାଇମର୍ସ ରୋଗର ଲକ୍ଷଣ, କାରଣ, ନିରାକରଣ ଓ ଚିକିତ୍ସା ସଂପର୍କରେ ଲୋକଙ୍କୁ କ୍ଷୁଦ୍ର ନାଟକ ଏବଂ ଚିତ୍ର ସମ୍ବଳିତ ପୋଷ୍ଟର ମାଧ୍ୟମରେ ସଚେତନ କରିଥିଲେ। ଆଲଜାଇମର୍ସ ରୋଗ ପ୍ରାୟ ୫୫ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ଠାରେ ପରିଲକ୍ଷିତ ହୋଇଥାଏ। ଏପରିକି କମ୍‍ ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ କେବେ କେମିତି ଦେଖାଯାଇଥାଏ।

ଏହି ରୋଗ ଏକ ମାନସିକ ରୋଗ ଏବଂ ଏହା ଦେଖାଦେଲେ ସାଧାରଣତଃ ସେହି ବ୍ୟକ୍ତିଙ୍କର ସ୍ମୃତିଶକ୍ତି କମିଯାଏ ଏବଂ ଧିରେ ଧିରେ ଏହା କମିଯାଇ ବ୍ୟକ୍ତି ସ୍ମୃତିଶକ୍ତିହୀନ ହୋଇଯାଇଥାଏ। ତେଣୁ ତାଙ୍କର ଭାବିବାର ଶକ୍ତି, ସ୍ମରଣଶକ୍ତି ଲୋପ ପାଏ ଏବଂ ଚିନ୍ତନ ସହ କାର୍ଯ୍ୟକଳାପର କୌଣସି ସଂପର୍କ ରହେନାହିଁ। ଏହି କ୍ଷେତ୍ରରେ ଲକ୍ଷଣ ଦେଖାଯିବାମାତ୍ରେ ଆଦୌ ଅବହେଳା ନକରି ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଚିକିତ୍ସା କରାଇବା ଜରୁରୀ ବୋଲି ନାଟକ ଓ ପୋଷ୍ଟର ମାଧ୍ୟମରେ ନର୍ସିଂ ବିଦ୍ୟାର୍ଥୀ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ଜେନାପଦା ଦଳ ଗ୍ରାମର ଭାଗବତ ଘରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗ୍ରାମ ସଭାପତି ଜଗଦାନନ୍ଦ ପଟ୍ଟନାୟକ ଓ ସ୍ଥାନୀୟ ଆଶାକର୍ମୀ ନିରୁପମା ବେଉରା ପ୍ରମୁଖ ଯୋଗଦେଇ ଏପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜିମସାର ନର୍ସିଂ କଲେଜ ଓ ବିଦ୍ୟାର୍ଥୀଙ୍କୁ ସାଧୁବାଦ ଜଣାଇଥିଲେ। ନର୍ସିଂ କଲେଜ ବିଦ୍ୟାର୍ଥୀ ସିପୁନ, ସଂଗୀତା, ସୁମନ, ଶୁଭସ୍ମିତାଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ କ୍ଷୁଦ୍ର ନାଟକ ପରିବେଷଣ କରିବା ସହ ଚିତ୍ର ସମ୍ବଳିତ ପୋଷ୍ଟର ମାଧ୍ୟମରେ ସଚେତନ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories