www.samajalive.in
Saturday, December 13, 2025
14.1 C
Bhubaneswar

ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ଓ ଦର୍ଶନକୁ ପାଥେୟ କରି ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଲୋଡା

ଆଠଗଡ: ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ସ୍କାଉଟ୍ସ ଓ ଗାଇଡ ପକ୍ଷରୁ ଗୁରୁବାର ବିଶ୍ୱ ଶାନ୍ତି ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ମଧୁଲିତା ଦାଶ ଏଥିରେ ଯୋଗଦେଇ ସଂପ୍ରତି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। ଏକବିଂଶ ଶତାବ୍ଦୀରେ ଦେଶ ଦେଶ ମଧ୍ୟରେ ବିବାଦ ଓ ଯୁଦ୍ଧ ଭଳି ପରିସ୍ଥିତ ଆଦୌ ଗ୍ରହଣୀୟ ନୁହେଁ। କେବଳ ଶାନ୍ତି ହିଁ ଲୋଡା ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ଓ ଦର୍ଶନକୁ ପାଥେୟ କରି ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତେ ଉଦ୍ୟମ କରିବା ଲୋଡା ବୋଲି ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଦାଶ ମତପ୍ରକାଶ କରିଥିଲେ। ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍କାଉଟ ଓ ଗାଇଡ ସମେତ ଅନ୍ୟ ଛାତ୍ରଛାତ୍ରୀ ହାତରେ ବିଭିନ୍ନ ଶାନ୍ତି ବାର୍ତ୍ତା ସମ୍ବଳିତ ପ୍ଲାକାର୍ଡ ଧରି ଏକ ସଚେତନତା ଶୋଭାଯାତ୍ରାରେ ଯୋରନ୍ଦା ଗ୍ରାମ ପରିକ୍ରମା କରିଥିଲେ। ଶିକ୍ଷକ ମାନସ କୁମାର ସାହୁ, ଦୀପ୍ତିମୟୀ ନାୟକ, ଅନୁସୂୟା ନାୟକ, ଶାନ୍ତା କୁମାରୀ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଗାଇଡ କ୍ୟାପ୍‍ଟେନ ନମିତା ବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories