www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି କାନାଡାରେ ସମାନ ଢଙ୍ଗରେ ସୁଖଦୁଲ୍‌ ସିଂକୁ ହତ୍ୟା – ପଞ୍ଜାବରେ ଏତିକି ଅପରାଧି ଘଟଣାପରେ ଖସି ପଳାଇଥିଲା

ଟରୋଣ୍ଟୋ- ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରକୁ ଗୁଳି ମାରି ହତ୍ୟା କରାଯାଇଥିଲା । ହରଦୀପ ସିଂ ପଞ୍ଜାବରେ ବିଭିନ୍ନ ହତ୍ୟା ଘଟଣାରେ ସାମିଲ ଥିଲା । ଏହାପରେ ସେ ଭାରତ ଛାଡି କାନାଡା ପଳାୟନ କରି ସେଠାରେ କାନାଡାର ନାଗରିକ ଭାବେ ରହିଥିଲା । ତାକୁ କାନାଡାର ଟ୍ରୁଡେ ସରକାରଙ୍କ ପ୍ରଚ୍ଛନ୍ନ ସହାୟତା ଖୋଲାଖୋଲି ଭାବେ ମିଳୁଥିଲା । ହରଦୀପର ହତ୍ୟା ଘଟଣାରେ ଭାରତର ହାତ ଥିବା କଥା କାନାଡା ପ୍ରଧାନମନ୍ତ୍ରୀ ବି ଅଭିଯୋଗ କରିଥିଲେ । ଏହି ଘଟଣାରେ ଭରତର ଜଣେ ବରିଷ୍ଠ କୂଟନୈତିଜ୍ଞ ଅଧିକାରୀଙ୍କୁ କାନାଡାରୁ ବହିଷ୍କାର କରାଯାଇଥିଲା । ଏହି ଘଟଣାରେ ଭାରତ ମଧ୍ୟ କାନାଡାର ଜଣେ କୂଟନୀତିଜ୍ଞଙ୍କୁ ଭାରତ ଛାଡିବା ପାଇଁ ନିର୍ଦେଶ ଦେଇଛି ।

ଏହି ଘଟଣାର ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ପଞ୍ଜାବରେ ନିଶାକାରବାର ଏବଂ ବିଭିନ୍ନ ହତ୍ୟା ଏବଂ ଅନ୍ୟ ଅପରାଧରେ ସାମିଲ ଥିବା ଗ୍ୟାଙ୍ଗଷ୍ଟର ସୁଖଦୁଲ୍‌ ସିଂ ସୁଖ୍ଖା ଜାଲ୍‌ କାଗଜପତ୍ର କରି ନେପାଳ ରାସ୍ତା ଦେଇ କାନାଡ ପଳାୟନ କରିଥିଲା । ସେ ସେଠାରେ କନାଡାର ନାଗରିକ ଭାବ ବସବାସ କରୁଥିଲା । ଏହି ଅପରାଧି ଏବଂ ଆତଙ୍କବାଦୀମାନଙ୍କୁ କାନାଡା ସରକାର ନାଗରିକତ୍ୱ ପ୍ରଦାନ କରିଥିଲା । ୨୦ ସେପ୍ଟେମ୍ବର (ଗତକାଲି ବୁଧବାର) ରାତିରେ ସୁଖଦୁଲ୍‌ ସିଂ ସୁଖ୍କାକୁ ସମାନ ଢଙ୍ଗରେ ହତ୍ୟା କରାଯାଇଛି । ହରଦୀପ ସିଂଙ୍କୁ ଯେପରି ଗୁଳି ମାରି ହତ୍ୟା କରାଯାଇଥିଲା । ସେହି ପରି ସୁଖବିନ୍ଦରକୁ ୧୫ଟି ଗୁଳି ମାରି ହତ୍ୟା କରାଯାଇଛି । ସେ ଆତଙ୍କବାଦୀ ହରଦୀପର ଡାହାଣ ହାତ ଥିଲା ।

- Advertisement -

ପଞ୍ଜାବର ପ୍ରାୟ ୨୯ ଜଣ ଅପରାଧୀ ବିଭିନ୍ନ ଦେଶରେ ଶରଣ ନେଇଛନ୍ତି । ସୁଖଦୁଲ୍‌ ସିଂର ସମ୍ପର୍କ ମୋଷ୍ଟ ଓ୍ୱାଣ୍ଟେଡ୍‌ ଆସ୍‌ ଡାଲେ ଗ୍ୟାଙ୍ଗ ସହ ସାମିଲ ଥିଲା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories