www.samajalive.in
Monday, December 8, 2025
13.1 C
Bhubaneswar

ଉନ୍ନତ କିସମର ମାଛ ଚାଷ ପାଇଁ ବିହନ ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ରଣବା ଗ୍ରାମ ପଞ୍ଚାୟତ ର ବଡଗ ଓ କୋନସୁର ଗ୍ରାମ ଠାରେ ଆଦିବାସୀ ମାନଙ୍କ ଜୀବନ ଓ ଜୀବିକାର ବିକାଶକୁ ଦୃଷ୍ଟି ରେ ରଖି ସମନ୍ୱିତ କୃଷି ମାଧ୍ୟମରେ ଲଗାତର ଅଭିନବ ପ୍ରୟାସ ଜାରି ରହିଛି। ରାଇକିଆ ବ୍ଲକରେ ଚାଷିଙ୍କୁ ଟ୍ରେଲିସ ପଦ୍ଧତିରେ ପନି ପରିବା ଚାଷ, ଦେଶି କୁକୁଡା, ବତକ ଓ ଛେଳି ଚାଷ କରିବା ସହିତ ମାଛ ଚାଷକୁ ପ୍ରତ୍ସୋହାନ କରି ଚାଷି ମାନଙ୍କର ରୋଜଗାରକୁ ଦ୍ୱିଗୁଣିତ କରିବା ନେଇ ପଦକ୍ଷେପ ସ୍ୱରୁପ ଏହି ଋତୁ ରେ ମାଛ ଜାଁଆଳ ୨୦ ଜଣ ଉଦ୍ୟଗି ଚାଷିଙ୍କୁ ପ୍ରଦାନ କରାଯାଇଛି। ମାଛ ଚାଷ କରି ଚାଷି ତାହର ସମନ୍ୱିତ କୃଷିକୁ ଆଗେଇନବା ସହିତ, ନିଜର ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ମତ୍ସ୍ୟ ଅଧିକାରିଣୀ ରୋଜାଲିନୀ ଦାସ, ମତ୍ସ୍ୟ ଜାଅାଁଳ କେନ୍ଦ୍ର ପରିଚାଳକ ଅଜିତ କୁମାର ବେହେରା, ସ୍ୱାତୀ ର ପ୍ରକଳ୍ପ ସଂଯୋଜକ ବିଶ୍ୱଜିତ ବେହରା ଉପସ୍ଥିତ ରହି ହିତାଧିକାରି ମାନଙ୍କୁ ମତ୍ସ୍ୟ ଚାଷ ଉପରେ ବିଭିନ୍ନ କୈାଶଳ ପ୍ରଦାନ କରିଥିଲେ। ରାଇକିଆ ଅଂଚଳ ପନିପରିବା ଚାଷ ପାଇଁ ପ୍ରସିଦ୍ଦି ଥିବା ସ୍ଥଳେ, ନୂତନ ରୂପେ ମାଛ ଚାଷ କୁ ଆରମ୍ଭ କରାଯାଇଛି। ଆଗାମୀ ଦିନରେ ବହୁ ଯୁବ ଚାଷି ଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ରଖା ଯାଇଛି। କାର୍ଯ୍ୟକ୍ରମରେ ହୃଷିକେଶ ଆମାୟତ, ମିନାଖି ଦାସ, ପୁଷ୍ପାଜଂଳି ମୁଣ୍ଡା, ଦିଲ୍ଲିପ ପ୍ରଧାନ, ସଜଂୟ କୁମାର ରଣା, ପ୍ରିତିଶ କୁମାର ସାହୁ ପ୍ରମୁଖ ଯୋଗ ଦେବା ସହିତ ରାଇକିଆ କୃଷକ ଉତ୍ପାଦକ ଗୋଷ୍ଠି ସମ୍ପୁର୍ଣ୍ଣ ପରିଚାଳନା କରିଥô୍ଲେ। ସ୍ୱେଚ୍ଛାସେବୀ ଅନଷ୍ଠାନ ସ୍ୱାତୀ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

- Advertisement -

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories