www.samajalive.in
Sunday, December 7, 2025
26.1 C
Bhubaneswar

ଶବ ଖୋଜିବାକୁ ନୃତତ୍ତ୍ୱବିତ୍‍ଙ୍କ ସହାୟତା ନେଉଛି ପୁଲିସ

ପୋର୍ଟବ୍ଲେୟାର: ଆଣ୍ଡାମାନ୍‍ ନିକୋବର ଦ୍ୱୀପପୁଞ୍ଜର ନିଷିଦ୍ଧାଞ୍ଚଳରେ ଆଦିମ ଅଧିବାସୀଙ୍କ ତୀରମାଡ଼ରେ ମୃତ୍ୟୁ ଘଟିଥିବା ଆମେରିକୀୟ ପର୍ଯ୍ୟଟକ ଜନ୍‍ଙ୍କ ମୃତଦେହ ଉଦ୍ଧାର କରିବାରେ ପୁଲିସ ପ୍ରଶାସନ ବିଫଳ ହୋଇଛି। ଶବ ଉଦ୍ଧାର କରିବା ପାଇଁ ନୃତତ୍ତ୍ୱବିତ, ଅଧ୍ୟାପକ, ଶିକ୍ଷାବିତ୍‍, ବନ ବିଭାଗ, ଆଦିବାସୀ କଲ୍ୟାଣ ବିଭାଗର ଅଧିକାରୀ ପ୍ରମୁଖଙ୍କ ସହାୟତା ନିଆଯାଇଥିବା ଡିଜିପି ଦୀପେନ୍ଦ୍ର ପାଠକ କହିଛନ୍ତି।
ଆଣ୍ଡାମାନ ପୁଲିସ ପିଆରଓ ଯତୀନ ନରୱାଲ୍‍ଙ୍କ ସୂଚନା ଅନୁଯାୟୀ, ପ୍ରକୃତରେ ତୀର ବିଦ୍ଧ ହେବାରୁ ଚାଉଙ୍କ ମୃତ୍ୟୁ ଘଟିଛି କିମ୍ବା ଅନ୍ୟ କୌଣସି ମାରଣାସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜନ୍‍ ଆଲେନ୍‍ ଚାଉଙ୍କ ଦ୍ୱାରା ଲିଖିତ ୧୩ ପୃଷ୍ଠାର ବିବରଣୀକୁ ତାଙ୍କ ବନ୍ଧୁ ଆଲେକ୍ସ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏଥିରୁ ଘଟଣା ସମ୍ପର୍କରେ ଅଧିକ କିଛି ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ନୌସେନା ଓ ତଟରକ୍ଷୀ ବାହିନୀ ଦୃଷ୍ଟିକୁ ଏଡ଼ାଇ ସେ ନିଷିଦ୍ଧାଞ୍ଚଳରେ ପହଞ୍ôଚଥିବାରୁ ନିଜ ମା’ ଓ ଈଶ୍ୱରଙ୍କୁ ସେ ସେଥିରେ ଧନ୍ୟବାଦ ଜଣାଇଛନ୍ତି।
ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଉତ୍ତର ସେଣ୍ଟିନାଲ୍‍ ଆଇସଲ୍ୟାଣ୍ଡରେ ସର୍ବସାଧାରଣ ପ୍ରବେଶ ଉପରେ ପ୍ରୋଟେକ୍‍ସନ୍‍ ଅଫ୍‍ ଆବୋରିଜିନାଲ୍‍ ଟ୍ରାଇବ୍‍ ରେଗୁଲେସନ୍‍ ଆଇନ୍‍ ୧୯୫୬ ଓ ଇଣ୍ଡିଆନ୍‍ ଫରେଷ୍ଟ ଆକ୍ଟ ୧୯୭୨ ଅଧୀନରେ କଟକଣା ଜାରି କରାଯାଇଛି।
ଡିଜିପିଙ୍କ ସୂଚନା ଅନୁଯାୟୀ, ନିଷିଦ୍ଧାଞ୍ଚଳକୁ ଯିବା ପାଇଁ ଜନ୍‍ ତାଙ୍କ ବନ୍ଧୁ ତଥା ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଆଲେକ୍ସଙ୍କ ସମେତ ଜଳକ୍ରୀଡ଼ା ସେବା ପ୍ରଦାନକାରୀ ସଂସ୍ଥା ଓ ୫ ଜଣ ମତ୍ସ୍ୟଜୀବୀଙ୍କ ସହାୟତା ନେଇଥିଲେ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୨୫ହଜାର ଟଙ୍କା ଦେଇଥିଲେ। ଜନ୍‍ଙ୍କୁ ସେଠାରେ ଓହ୍ଲାଇବା ପରେ ମତ୍ସ୍ୟଜୀବୀମାନେ ସେଠାରୁ ଚାଲି ଆସିଥିଲେ। କେତେବେଳେ ଓ କେଉଁ ସମୟରେ ସେମାନେ ପୁଣି ଦେଖା ହେବେ ସେ ସମ୍ପର୍କରେ ପୂର୍ବରୁ ସ୍ଥିର ହୋଇଥିଲା। ଧାର୍ଯ୍ୟ ତାରିଖ ନଭେମ୍ବର ୧୭ ତାରିଖ ଦିନ ମତ୍ସ୍ୟଜୀବୀମାନେ ସେଠାରେ ପହଞ୍ଚିବା ପରେ ଜଣେ ବ୍ୟକ୍ତିଙ୍କ ଶରୀର ଜଳୁଥିବା ଦେଖିଥିଲେ। ଶବ ଚିହ୍ନଟ କରିବା ସହଜ ନଥିଲା। ବେଶପୋଷାକ ଓ ପରିସ୍ଥିତିରୁ ଅଧାପୋଡ଼ା ଶରୀର ଜନ୍‍ଙ୍କର ବୋଲି ମତ୍ସ୍ୟଜୀବୀମାନେ ଅନୁମାନ କରିଥିଲେ। ଫେରିବା ବେଳେ ସେମାନେ ସେଠାରେ ପଡ଼ିଥିବା କିଛି କାଗଜପତ୍ର ସାଙ୍ଗରେ ନେଇ ଆସିଥିଲେ। ପରେ ତାହା ଜନ୍‍ଙ୍କ ବନ୍ଧୁ ଆଲେକ୍ସଙ୍କୁ ହସ୍ତାନ୍ତର କରିଥିଲେ। ଆଲେକ୍ସ ଏ ସମ୍ପର୍କରେ ଆମେରିକାରେ ରହୁଥିବା ଚାଉଙ୍କ ଜଣେ ବନ୍ଧୁ ବବି ପାର୍କଙ୍କୁ ଜଣାଇଥିଲେ। ବବି ଜନ୍‍ଙ୍କ ପରିବାରକୁ ସୂଚନା ଦେବା ପରେ ତାଙ୍କ ପରିବାର ଆମେରିକୀୟ ଅଧିକାରୀଙ୍କୁ ଜନ୍‍ଙ୍କ ମୃତ୍ୟୁ ବିଷୟରେ ଜଣାଇଥିଲେ। ଆମେରିକୀୟ ଦୂତାବାସ ପକ୍ଷରୁ ନଭେମ୍ବର ୧୯ରେ ଚେନ୍ନାଇ ପୁଲିସକୁ ଘଟଣା ଓ ଅଭିଯୋଗ ସମ୍ପର୍କରେ ସୂଚନା ଦିଆଯାଇଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories