www.samajalive.in
Sunday, December 14, 2025
26.1 C
Bhubaneswar

ଅସହାୟ ଧୋବଣୀ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତର

ଗୋପାଳପୁର : ଦିନ ତମାମ ଲଗାଣ ବର୍ଷା ଯୋଗୁଁ ଭାବିନୀପୁର ପଞ୍ଚାୟତ ଅନ୍ତର୍ଗତ ଭାବିନୀପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଡ଼ରେ ସରକାରୀ ଜାଗାରେ କଚାଘର କରି ଭଞ୍ଜନଗର ଅଞ୍ଚଳର ମୂଳ ବାସିନ୍ଦା ତଥା ନିରାଶ୍ରୟା ଧୋବଣୀ ବେହେରାଙ୍କ ଘରର ଏକ କାନ୍ଥ ପଡ଼ିଯାଇଥିଲା। ଯାହ ଫଳରେ ସେ ଅସହାୟ ଏବଂ ଅସୁରକ୍ଷିତ ଭାବେ ରହୁଥିଲେ। ଖବର ପାଇ ଭାବିନୀପୁର ସରପଞ୍ଚ ଇଂ ରଞ୍ଜିତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ସ୍ଥାନୀୟ ଏକ ଅଙ୍ଗନବାଡି କେନ୍ଦ୍ରକୁ ସ୍ଥାନାନ୍ତରିତ କରିବା ସହ ଖାଇବା ପିଇବାର ବ୍ୟବସ୍ଥା କରିଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟସରକାରଙ୍କ ପକ୍ଷରୁ ଭୂମିହୀନ ପରିବାରକୁ ମାଗଣାରେ ଭୂମି ପ୍ରଦାନ ସହ ଆବାସ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଧୋବଣୀ କିପରି ଏଥିରୁ ବଞ୍ଚିତ ରହିଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟ ପଟେ ଧୋବଣୀ ଭୂମି ଖଣ୍ଡିଏ ପାଇବା ପାଇଁ ସରକାରୀ ସ୍ତରରେ ଆବେଦନ କରିଥିଲେ ମଧ୍ୟ ନିଜ ଘର ଭଞ୍ଜନଗର ଅଞ୍ଚଳର ହୋଇଥିବାରୁ ଆବେଦନ ଖାରଜ ହୋଇ ଯାଇଥିଲା। ଯାହାଫଳରେ ଦୀର୍ଘ ବର୍ଷ ଧରି ରାସ୍ତା କଡ଼ରେ ଏକ କଚ୍ଚା ଘରେ ରହି ଆସୁଛନ୍ତି । ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୂମି ଖଣ୍ଡିଏ ଯୋଗାଇବା ସହ ଆବାସ ଯୋଜନାରେ ସାମିଲ କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories