www.samajalive.in
Sunday, December 14, 2025
23.1 C
Bhubaneswar

ବଙ୍ଗୋପସାଗରରୁ ନୂତନ ପ୍ରଜାତିର ଫ୍ଲାଇଙ୍ଗ ଗୁର୍ନାଡ୍ ମାଛ ଚିହ୍ନଟ, ରହିଛି ସୂକ୍ଷ୍ମ ରୋଷ୍ଟ୍ରାଲ ୨ଟି କଣ୍ଟା

ଗୋପାଳପୁର: ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଏକ ନୂତନ ପ୍ରଜାତିର କମଳା ରଙ୍ଗ ସହ କଳା ଛିଟ ଥିବା ମାଛ ତଥା ଗଭୀର ଜଳ ରାଷିରୁ ସାମୁଦ୍ରିକ ମାଛ (ଫ୍ଲାଇଙ୍ଗ ଗୁର୍ନାଡ୍ ) ଚିହ୍ନଟ କରିଛନ୍ତି। ଯେଉଁଥିରେ ସୂକ୍ଷ୍ମ ରୋଷ୍ଟ୍ରାଲ ୨ଟି କଣ୍ଟା ଅଛି। ଏହି ନୂତନ ପ୍ରଜାତି ଟେରିଗୋଟ୍ରିଗଲା ପ୍ରଜାତି ର ଅଟେ। ଏହି ପ୍ରଜାତିର ମାଛ ଭାରତର ପୂର୍ବ ଉପକୂଳର ଉତ୍ତର ଭାଗର ଦିଘା ମୁହାଣରୁ ସଂଗ୍ରହ ହୋଇଥିଲା। ସଂଗ୍ରହ କରାଯାଇଥିବା ମାଛର ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ଗୋପାଳପୁର ଜେଡଏସଆଇ କେନ୍ଦ୍ରର ଇଷ୍ଟୁଆରାଇନ ବାୟୋଲୋଜି ରିଜିଓନାଲ କେନ୍ଦ୍ରରେ ବୈଜ୍ଞାନିକ ଡ଼ ଅନିଲ ମହାପାତ୍ରଙ୍କ ତତ୍ତ୍ବାଧାନରେ କରାଯାଇଥିଲା। ପରୀକ୍ଷା ନିରୀକ୍ଷା ପାଇଁ ପ୍ରାୟ ୫ ବର୍ଷ ସମୟ ଲାଗିଥିଲା। ପରୀକ୍ଷଣ ପରେ ଡ଼ .ମହାପାତ୍ରଙ୍କ ପକ୍ଷରୁ ଏହି ନୂତନ ମାଛର ନାମ ଟେରିଗୋଟ୍ରିଗଲା ଇଣ୍ଟରମେଡିକା ରଖା ଯାଇଥିବା ଜଣାପଡ଼ିଛି।

ଏହି ମାଛ ନେଇ ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର, ଶୁଭ୍ରେନ୍ଦୁ ଶେଖର ମିଶ୍ର, ବାଜକୁଳ ମିଳନୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଦୀପାଞ୍ଜନ ରାୟ, ଗବେଷକ ସନମିତ୍ରା ରୟ ଏବଂ ଅଙ୍କିତା ମିଶ୍ରଙ୍କ ମିଳିତ ସହଯୋଗ ଗବେଷଣା କରାଯାଇଥିଲା। ନୂତନ ପ୍ରଜାତିର ମାଛକୁ ପଶ୍ଚିମବଙ୍ଗ ଉପକୂଳରୁ ପ୍ରାୟ ୯୦ କିଲୋମିଟର ଏବଂ ପ୍ରାୟ ୫୨ ମିଟର ଗଭୀରରୁ ଏକ ଟ୍ରଲର ଦ୍ୱାରା ୨୦ ଅକ୍ଟୋବର ୨୦୧୮ ରେ ସହକାରୀ ପ୍ରଫେସର ଦୀପାଞ୍ଜନ ରୟଙ୍କ ଦ୍ୱାରା ସଂଗୃହିତ ହୋଇଥିଲା। ସଂଗୃହୀତ ମାଛ ଅନ୍ୟ ସମ ପ୍ରଜାତିଗୁଡିକ ଠାରୁ ଆକୃତିରେ ଭିନ୍ନ ଥିଲା ଏବଂ କ୍ଲିଥ୍ରାଲ୍ ମେରୁଦଣ୍ଡର ଆକାର ପରି ବିଭିନ୍ନ ଦିଗରେ ଭିନ୍ନ ବୋଲି ଜଣାପଡିଥିଲା। ଏହାର ଏକ ପୃଥକ ପେକ୍ଟୋରାଲ୍-ଫିନ୍ ଅଛି, ଯାହା ଭିତର ପୃଷ୍ଠରେ କଳା ଏବଂ ଶେଷ ଆଡକୁ ତିନୋଟି ଛୋଟ ଧଳା ଦାଗ ରହିଥିଲା।

- Advertisement -

ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର କହିଛନ୍ତି ଯେ ଗୁର୍ନାଡ୍ ମାଛର ନାମ କରଣ ଟେରିଗୋଟ୍ରିଗ୍ଲା ଇଣ୍ଟରମେଡିକା ରଖା ଯାଇଛି। ବିଭିନ୍ନ ସ୍ଥାନରୁ ସଂଗୃହିତ ମାଛଗୁଡ଼ିକ ଭିନ୍ନ ଆକାର ରହିଛି। ଏହାସହ ମାଛର ଏକ ଲମ୍ବା ଅପରେକୁଲାର ମେରୁଦଣ୍ଡ ଏବଂ ଏକ ଅତି କ୍ଷୁଦ୍ର କ୍ଲିଥ୍ରାଲ୍ ମେରୁଦଣ୍ଡରେ ୨୭ ଖଣ୍ଡ ହାଡ଼ ରହିଛି। ମୁଣ୍ଡ ଚେପଟା ରହିବା ସହ ମାଛର କଣ୍ଟା ବିଷାକ୍ତ ଏବଂ ଏମାନେ ଗଭୀର ସମୁଦ୍ରରେ ଥିବା ଛୋଟ ମାଛ ,ଗେଣ୍ଡା ଆଦି ଶିକାର କରି ଖାଦ୍ୟ ରୂପେ ଭକ୍ଷଣ କରିଥାନ୍ତି । ଏହି ମାଛର ସବିଶେଷ ବିବରଣୀ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ପତ୍ରିକା ଥାଲାସସରେ ପ୍ରକାଶ ପାଇଥିବା ବୈଜ୍ଞାନିକ ଅନିଲ ମହାପାତ୍ର କହିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories