www.samajalive.in
Sunday, December 14, 2025
26.1 C
Bhubaneswar

ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ

ନୂଆଦିଲ୍ଲୀ : ଇତିହାସ ପାଲଟିଯାଇଛି ପୁରୁଣା ସଂସଦ ଭବନ । ୧୯୨୭ରେ ନିର୍ମାଣ ହୋଇଥିବା ଏହି ସଂସଦ ଭବନରେ ଏଣିକି ଆଉ ଅଧିବେଶନ ଚାଲିବ ନାହିଁ । ମଙ୍ଗଳବାର ଠାରୁ ନୂଆ ସଂସଦ ଭବନରେ ସଂସଦର ଅଧିବେଶନ ଚାଲିବ। ପୁରୁଣା ସଂସଦ ଭବନର ୯୬ବର୍ଷର ଇତିହାସ ମଧ୍ୟରେ ଅନେକ ସ୍ମରଣୀୟ ଘଟଣା ଘଟିଯାଇଛି। ଇତିହାସ ପାଲଟିଥିବା ପୁରୁଣା ସଂସଦ ଭବନର ପ୍ରତିଟି ଇଟାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ମୋଦୀ ଲୋକସଭାରେ ଉଦ୍‌ବୋଧନ ଦେବା କାଳରେ ପୁରୁଣା ସଂସଦ ଭବନକୁ ଶ୍ରଦ୍ଧାଞ୍ଜଳି ଜଣାଇଥିବାବେଳେ ନୂଆ ସଂସଦ ଭବନକୁ ନୂଆ ଆଶା ଓ ବିଶ୍ବାସ ନେଇ ପ୍ରବେଶ କରିବାକୁ ସମସ୍ତ ସଦସ୍ୟଙ୍କୁ ଆହ୍ବାନ ଦେଇଛନ୍ତି। ପୁରୁଣା ସଂସଦ ଭବନର ଡିଜାଇନ ପ୍ରସ୍ତୁତ କରିଥିଲେ ବ୍ରିଟିଶ ସ୍ଥପତ୍ୟବିଦ୍‌ ସାର୍‌ ଏଡୱିନ ଲ୍ୟୁଟେନ୍ସ ଓ ହବର୍ଟ ବାକର। ପୁରୁଣା ସଂସଦ ଭବନ ଆମ ସ୍ବାଧୀନତା ସଂଗ୍ରାମ ଓ ଦେଶର ଉତ୍ଥାନ ପତନର ମୂକସାକ୍ଷୀ। ସରକାରଙ୍କ ସୂଚନା ଅନୁଯାୟୀ ପୁରୁଣା ସଂସଦ ଭବନକୁ ଭାଙ୍ଗି ଦିଆଯିବ ନାହିଁ। ଏହି ଐତିହାସିକ ନିର୍ମାଣକୁ ସଂରକ୍ଷଣ କରି ରଖାଯିବ। ଏହା ଏକ ପ୍ରତ୍ନତତ୍ତ୍ବ ସ୍ଥଳ ଭାବେ ବିବେଚିତ ହେବ। ୨୦୨୧ରେ ତତ୍କାଳୀନ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ରାଜ୍ୟସଭାରେ ଦେଇଥିବା ସୂଚନା ଅନୁଯାୟୀ ପୁରୁଣା ସଂସଦ ଭବନକୁ ମରାମତି କରାଯାଇ ଅନ୍ୟାନ୍ୟ କାର୍ଯ୍ୟ ଲାଗି ବ୍ୟବହାର କରାଯିବ। ଏଠାରେ ଥିବା ଐତିହାସିକ ନଥିପତ୍ର ଓ ଦଲିଲ ସବୁକୁ ନୂଆ ସଂସଦ ଭବନକୁ ସ୍ଥାନାନ୍ତର କରିନିଆଯିବ। ଫଳରେ ପୁରୁଣା ସଂସଦ ଭବନରେ ଅଧିକ ସ୍ଥାନ ମିଳିପାରିବ। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ପୁରୁଣା ସଂସଦ ଭବନର କିଛି ଅଂଶକୁ ଏକ ସଂଗ୍ରହାଳୟରେ ପରିଣତ କରାଯିବ।

ନୂଆ ସଂସଦ ଭବନରେ ଥିବା ଲୋକସଭା ଓ ରାଜ୍ୟସଭାର ବସିବା ସ୍ଥାନ ସଂଖ୍ୟା ଯଥାକ୍ରମେ ୮୮୮ ଓ ୩୦୦। ମିଳିତ ଅଧିବେଶନ ନିମନ୍ତେ ଥିବା କକ୍ଷରେ ୧୨୮୦ ସଦସ୍ୟ ବସିପାରିବେ। ୬୪୫୦୦ ବର୍ଗମିଟର ଅଞ୍ଚଳରେ ନିର୍ମିତ ଏହି ଭବନ ୪ ମହଲା ବିଶିଷ୍ଟ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories