www.samajalive.in
Tuesday, December 9, 2025
16.1 C
Bhubaneswar

ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମିଳିଲା ଅନ୍ତର୍ଜାତୀୟ ରବୀନ୍ଦ୍ର ନାଥ ଠାକୁର ସମ୍ମାନ

ଫୁଲବାଣୀ : ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା କନ୍ଧମାଳର ଯଶ୍ୱସୀ କବି, କଥାକାର, ସଂଗଠକ ଓ ବୁଦ୍ଧିଜୀବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ୟ୍ୟାଦାଜନକ ଅନ୍ତର୍ଜାତୀୟ ରବୀନ୍ଦ୍ରନାଥ ଠାକୁର ସମ୍ମାନ ପ୍ରଦାନ କରାଯାଇଛି । ମହାରାଷ୍ଟ୍ରର ନାଗପୁର ସହରରେ ଅବସ୍ଥିତ ସାଇନାଥ ଏନକ୍ଳେଭ ସ୍ଥିତ ହୋଟେଲ ଦ୍ଵାରକାର କନଫରେନ୍ସ ହଲରେ ଆୟୋଜିତ ଏକ ବର୍ଣ୍ଣଢ୍ୟ ସମାବେଶରେ ମୁଖ୍ୟ ଅତିଥି ମହାରାଷ୍ଟ୍ର ସରକାରଙ୍କ ପ୍ରମୁଖ ସଚିବ ନନ୍ଦ କୁମାର ରାଉତ ଡ଼ଃ ମହାପାତ୍ରଙ୍କୁ ଫଳକ, ଉତ୍ତରୀୟ ଓ ସମ୍ମାନ ସନନ୍ଦ ଦେଇ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମତା ସାହିତ୍ୟ ଏକାଡେମୀର ସଭାପତି ଡି. ଏସ. ଟେଣ୍ଡେକର ସହିତ ଉଦଘାଟକ ରାମଦାସଜି ତଦାସ, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକା କବିତା କମ୍ବକେ, ଉତ୍ତର ପ୍ରଦେଶ ର ଆଦିବାସୀ ଓ ହରିଜନ ମନ୍ତ୍ରୀ ବିଜୟ ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅରୁଣ ରାଉତ,ରୋହିତ ଟେଣ୍ଡେକର,ଜି ଆର. ବଞ୍ଜେରେ, ହେମଚନ୍ଦ୍ର ବର୍ମନ,ସୁଧୀର ଡିଓଗିରକାର,ସୁମେଧ କାମ୍ବିଆ ପ୍ରଭୃତି ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।
ଡ଼ଃ ମହାପାତ୍ର ଫୁଲବାଣୀର ଜଣେ ସଫଳ ସାହିତ୍ୟିକ ଓ ସଂଗଠକ । ତାଙ୍କର ବହୁ ଆଧ୍ୟାତ୍ମିକ ପୁସ୍ତକ ଲୋକାର୍ପିତ ହୋଇଛି। କନ୍ଧମାଳର ଏକମାତ୍ର ପ୍ରକାଶିନୀ କମଳା ପ୍ରକାଶିନୀର ପ୍ରତିଷ୍ଠାତା ଥିଲା ବେଳେ ସରକାରୀ ଆଇ. ଟି. ଆଇ. ର ସହ ଶିକ୍ଷା ତାଲିମ ଅଧିକାରୀ ଅଛନ୍ତି। ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ପାଇଁ ବହୁ ଅନୁଷ୍ଠାନ ଦ୍ୱାରା ସମର୍ଦ୍ଧିତ ହୋଇଛନ୍ତି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories