www.samajalive.in
Sunday, December 14, 2025
16.1 C
Bhubaneswar

ସୁପ୍ରିମକୋର୍ଟରେ ପୋଲାଭରମ ମାମଲା; ପରବର୍ତ୍ତୀ ଶୁଣାଣି ୨୭ରେ

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ବିଷୟରେ ରାଜ୍ୟ ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ତ୍ୱରିତ ଶୁଣାଣି ପାଇଁ ରାଜ୍ୟ ସରକାରଙ୍କ ଆବେଦନ ପରେ ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୭କୁ ଧାର୍ଯ୍ୟ କରିଛନ୍ତି। ପ୍ରକଳ୍ପର ପରିବେଶ ମଞ୍ଜୁରୀ ଓ ପଛୁଆ ଜଳ ସମସ୍ୟା ପ୍ରସଙ୍ଗରେ ଓଡ଼ିଶା, ତେଲଙ୍ଗାନା ଓ ଛତିଶଗଡ଼ର ଆପତ୍ତି ପରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରାଯିବ କି ନାହିଁ ସେ ବିଷୟରେ ସୁପ୍ରିମକୋର୍ଟ ବିଚାର କରିବେ। ପୋଲାଭରମ ଜଳଭଣ୍ଡାରର ୫୦ଲକ୍ଷ କ୍ୟୁସେକ ଜଳଧାରଣ କ୍ଷମତା ଏବଂ ୧୪୦-୧୫୦ ଫୁଟ ଉଚ୍ଚତା ଡିଜାଇନକୁ ହିସାବକୁ ନେଇ କେନ୍ଦ୍ର ସରକାର ପଛୁଆ ଜଳ ସମସ୍ୟା ଅନୁଧ୍ୟାନ (ବ୍ୟାକ ୱାଟର ଷ୍ଟଡି) କରିଛନ୍ତି କି ନାହିଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତଥ୍ୟ ତଲବ ପରେ ବ୍ୟାକ୍‍ ୱାଟର ଷ୍ଟଡି ୨୦୧୧ରେ କରାଯାଇଥିବାରୁ ଏବେ ଆଉ ପଛୁଆ ଜଳ ଅନୁଧ୍ୟାନ ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଗତ ଶୁଣାଣିରେ ସୁପ୍ରିମକୋର୍ଟଙ୍କୁ ଜଣାଇ ଦେଇଥିଲେ। ନଭେମ୍ବର ୨୭ ଶୁଣାଣିରେ ମୁଖ୍ୟତଃ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ ୨୦୧୦ରେ ଜାରି କରାଯାଇଥିବା ପୋଲାଭରମ ପ୍ରକଳ୍ପ କାର୍ଯ୍ୟବନ୍ଦ ଆଦେଶକୁ ଗତ ଜୁଲାଇରେ ଚତୁର୍ଥ ଥର ପାଇଁ ପୁଣି ଏକ ବର୍ଷ ସ୍ଥଗିତ ରଖିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ଆଇନଗତ ବୈଧତା ବିଷୟରେ ବିଚାର ହେବ।
ଅନ୍ୟ ଏକ ମାମଲାରେ ଏନଜିଟିଙ୍କ ନିର୍ଦେଶକ୍ରମେ ପୋଲାଭରମ ପ୍ରକଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ବିଷୟରେ ଅନୁଧ୍ୟାନ କରିବାକୁ ଏକ ଚାରି ଜଣିଆ ପ୍ରତିନିଧି ଦଳ ଆସନ୍ତା ଡିସେମ୍ବର ୧୧ରେ ପୋଲାଭରମ ପ୍ରକଳ୍ପ ଇନ୍ଦିରା ସାଗର ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ଦେବେ। କମିଟିରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆନ୍ଧ୍ର ପଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ପ୍ରତିନିଧି ସମେତ ପଶ୍ଚିମ ଗୋଦାବରୀ ଜିଲାପାଳ ସାମିଲ ଅଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories