www.samajalive.in
Friday, December 12, 2025
15.1 C
Bhubaneswar

ବିଶ୍ୱକର୍ମା ପୂଜା ପାଇଁ ପାଟଣା ଓ ଢେଙ୍କିକୋଟ ଉତ୍ସବ ମୁଖର

ପାଟଣା : ପାଟଣା ଅଞ୍ଚଳ ଦେଵ ଶିଳ୍ପୀ ବାବା ବିଶ୍ୱକର୍ମାଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି । ବିଭିନ୍ନ ଶିଳ୍ପାନୁଷ୍ଠାନ, ପେଟ୍ରୋଲ ପମ୍ପ, ଲୁହା ଦୋକାନ ଆଦି ସ୍ଥାନରେ ବାବା ବିଶ୍ଵକର୍ମାଙ୍କ ପୂଜା ଧୁମଧାମରେ ପାଳିତ ହୋଇଛି। ସକାଳୁ ମନ୍ଦିର ମାନଙ୍କରେ ଲୋକେ ଗାଡି ମଟର ନେଇ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ବିଶେଷ ଭାବେ ପାଟଣା ମୁଖ୍ୟାଳୟ ସ୍ଥିତ ବିଦ୍ୟୁତ ବିଭାଗ ଟାଟା ପାୱାର କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଥିଲା । କନିଷ୍ଠ ଯନ୍ତ୍ରୀ ଜ୍ୟୋତିରଞ୍ଜନ ମିଶ୍ରଙ୍କ ସହ ସୌରଭ ସାଧୁ , ନନ୍ଦକିଶୋର ମହାନ୍ତ, ଲିଙ୍ଗରାଜ ମହାନ୍ତ, କୁଶଧର ମହାନ୍ତ, ନରୋତ୍ତମ ମିଶ୍ର, ନବୀନ ବିହାରୀ ଦାଶ ଓ ଆଦର୍ଶ ବାସା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ବିଶ୍ୱକର୍ମା ଫିଲିଙ୍ଗ ଷ୍ଟେସନ, ବୈତରଣୀ ରାଇସ ମିଲ, ଲକ୍ଷ୍ମୀନାରାୟଣ ରାଇସ ମିଲ ,ଅଲେଖ କନଷ୍ଟ୍ରକ୍ସନ, ମହାଦେବ ଟ୍ରାଭେଲ୍ସ ମାନଙ୍କରେ ସୁଉଚ୍ଚ ତୋରଣ ସହିତ ସୁନ୍ଦର ସାଜସଜ୍ଜାରେ ଝଲସି ଉଠୁଥିବା ମେଢ଼ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଠାକୁରଙ୍କ ଦର୍ଶନ ପାଇଁ ଲୋକଙ୍କ ଗହଳି ଲାଗି ରହିଥିବା ଦେଖିବାକୁ ମିଳିଥିଲା। ପୂଜା ସ୍ଥାନ ମାନଙ୍କରେ ଭଜନ ସନ୍ଧ୍ୟା, ମେଲୋଡି ଆଦି ଆୟୋଜନ କରାଯାଇଛି । ସେହିପରି ତୁରୁମୁଙ୍ଗାର ଟାଟା ପାୱାର ଉପଖଣ୍ଡ କାର୍ଯ୍ୟାଳୟ ଓ ଖିରେଇଟାଙ୍ଗିରୀର ଦିପକ କନଷ୍ଟ୍ରକ୍ସନ ଆଦିରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି।

ଢେଙ୍କିକୋଟରେ ବିଶ୍ଵକର୍ମା ପୂଜା

ସେହିପରି ଢେଙ୍କିକୋଟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି । ଏହା ଛଡା ଅଞ୍ଚଳରେ ବିଭିନ୍ନ ଫେବ୍ରିକେସନ ୟୁନିଟ ଓ ଗ୍ୟାରେଜ , ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ଏହି ପୂଜା କରିଛନ୍ତି । ଢେଙ୍କିକୋଟ ବିଦ୍ୟୁତ ବିଭାଗ ଟାଟା ପାୱାର ପକ୍ଷରୁ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ଯଥା ରୀତି ପୂଜା କରାଯାଇଛି । ଟାଟା ପାୱାର ଘଟଗାଁ ଉପଖଣ୍ଡ ଅଧିକାରୀ ରଣଜିତ ବେହେରା, ଢେଙ୍କିକୋଟ କନିଷ୍ଠ ଯନ୍ତ୍ରୀ ଦେବାଶିଷ ସ୍ୱାଇଁ ,ଲାଇନମ୍ୟାନ ସୁବ୍ରତ କୁମାର ଶର୍ମା ,ସତ୍ୟଜିତ ପଣ୍ଡା, ଦେବାଶିଷ ଦତ୍ତ, ରଞ୍ଜୟ ମଲ୍ଲିକ, ରଞ୍ଜନ ପାତ୍ର, ପବିତ୍ର ବାରିକ, ନାରାୟଣ ବାରିକ, ଦିବ୍ୟରଞ୍ଜନ ସିଂହ ଓ କମଳ ନାଏକ ପ୍ରମୁଖଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରଯାଇଥିଲା । ସନ୍ଧ୍ୟାରେ ଏଠାରେ ଭଜନ ସନ୍ଧ୍ୟାରେ ଶାନ୍ତନୁ ସିଂହ ଓ ତାଙ୍କ ସାଥି ଭଜନ ପରିବେଷଣ କରୁଥିବାବେଳେ ୧୯ ତାରିଖ ସନ୍ଧ୍ୟାରେ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କର ଭଜନ ପରିବେଷଣ କାର୍ଯ୍ୟକ୍ରମ ରହିଛି । ସେହିପରି ଢେଙ୍କିକୋଟର କ୍ଲାସିକ ଫେବ୍ରିକେସନ ଏଣ୍ଡ ଫର୍ନିଚର ,ଏଲଟି ସାଇକେଲ ଷ୍ଟୋର, ବଜରଙ୍ଗି ଫେବ୍ରିକେସନ, ନାୟକ ଫେବ୍ରିକେସନ, ପ୍ରୁଡେନସିଆଲ ଫିଲିଂ ଷ୍ଟେସନ ଓ ବାବା ବାଲେଶ୍ୱରୀ ଗାଲାକ୍ସି ୱେଲଡିଂ ଏଣ୍ଡ ଫେବ୍ରିକେସନ ଆଦିରେ ବିଶ୍ଵକର୍ମା ପୂଜା ପାଳନ କରାଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories