www.samajalive.in
Friday, December 12, 2025
15.1 C
Bhubaneswar

ଦେବଶିଳ୍ପୀଙ୍କ ଆବାହନରେ ଉତ୍ସବମୁଖର ଯାନ୍ତ୍ରିକ ପ୍ରତିଷ୍ଠାନ

ଆଠଗଡ :  ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆବାହନରେ ଆଠଗଡ ଅଞ୍ଚଳର ବିଭିନ୍ନ ଯାନ୍ତ୍ରିକ ବିଭାଗ, ବୈଷୟିକ ପ୍ରତିଷ୍ଠାନ ଏବଂ ଯାନ୍ତ୍ରିକ ବ୍ୟବସାୟିକ ପ୍ରତିଷ୍ଠାନ ଉତ୍ସବ ମୁଖର ହୋଇ ଉଠିଛି । ଆଠଗଡ ବିଦ୍ୟୁତ୍‌‌ ବିଭାଗ ସବ୍‌‌ଷ୍ଟେସନ, ଜନସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ, ପୂର୍ତ୍ତବିଭାଗ, ଜଳସେଚନ, କ୍ଷୁଦ୍ର ଜଳସେଚନ, ବିଏସଏନଏଲ ଟେଲିଫୋନ କାର୍ଯ୍ୟାଳୟ ସମେତ ମା’ ବାଉତୀ ଟ୍ୟାକ୍ସି ଚାଳକ ସଂଘ ଏବଂ ବିଭିନ୍ନ ଯାନ୍ତ୍ରିକ ବ୍ୟବସାୟିକ ପ୍ରତିଷ୍ଠାନରେ ବିଶ୍ୱକର୍ମାପୂଜା ବେଶ୍‌‌ ଯାକଜମକରେ ପାଳନ କରାଯାଉଛି ।

 

- Advertisement -

ବିଦ୍ୟୁତ୍‌‌ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ ଓ ଟ୍ୟାକ୍ସି ଚାଳକ ସଂଘର ପୂଜା ମଣ୍ଡପ ସୁନ୍ଦର ସାଜ୍ଜସଜ୍ଜାରେ ଆକର୍ଷଣୀୟ ଦେଖାଯାଉଥିବାରୁ ସେ ସବୁ ସ୍ଥାନରେ ବହୁ ଜନସମାଗମ ଦେଖିବାକୁ ମିଳୁଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି । ଟ୍ୟାକ୍ସି ଚାଳକ ସଂଘ ପକ୍ଷରୁ ରେକର୍ଡ ଡ୍ୟାନ୍ସ ଓ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏଥି ସହିତ ଆଠଗଡ ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ ଶିଳ୍ପ କାରଖାନାରେ ମଧ୍ୟ ବିଶ୍ୱକର୍ମା ପୂଜା ବେଶ୍‌‌ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହେଉଥିବା ଜଣାପଡିଛି ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories