କଲମପୁର : କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅରମାନ ଫାଉଣ୍ଡେସନ ଏବଂ କିଲକାରୀ ମୋବାଇଲ ଏକାଡେମୀ ସହଯୋଗରେ ଆୟୁଷ୍ମାନ ଭବଃ କାର୍ଯ୍ୟକ୍ରମ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି। ଏଥିରେ ଗ୍ରାମାଂଚଳର ଲୋକଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସୁଥିବା ଆଶା ଦିଦି ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଛି। କଲମପୁର ଗୋଷ୍ଠି ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ କିଲକାରୀର କାର୍ଯ୍ୟକ୍ରମ ଅଧିକାରୀ ଇରଫାନ ଅଲ୍ଲୀ ଖାଁଙ୍କ ସମେତ ଅରମାନ ଫାଉଣ୍ଡେସନର କର୍ମକର୍ତା ମାନେ ଉପସ୍ଥିତ ରହି ଆଶା ଦିଦି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ପଂଚାୟତ ସ୍ତରରେ ମାସିକ ୪ ଗୋଟି ସ୍ୱାସ୍ଥ୍ୟ ମେଳା ଆୟୋଜନ ହେବ। ପ୍ରଥମ ସୋମବାର ଦିନ ଉଚ୍ଚ ରକ୍ତଚାପ, ହୃଦଘାତ, ବୃକକ୍ ଜନିତ ସମସ୍ୟା ଭଳି ଅଣ ସଂକ୍ରାମକ ରୋଗୀ ଚିହ୍ନଟ ଏବଂ ସେମାନଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ, ଦ୍ୱିତୀୟ ସୋମବାର ଯକ୍ଷ୍ମା, କୁଷ୍ଠ ଭଳି ସଂକ୍ରାମକ ରୋଗର ନୁଆ ରୋଗୀ ଚିହ୍ନଟ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରେରଣ କରାଯିବ, ତୃତୀୟ ସୋମବାରରେ ଆୟୋଜିତ ସ୍ୱାସ୍ଥ୍ୟ ମେଳାରେ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସେମାନଙ୍କ ଆବଶ୍ୟକ ଚିକିତ୍ସା କରାଯିବ। ସେହିଭଳି ଚତୁର୍ଥ ସୋମବାର ଆୟୋଜିତ ହେବାକୁ ଥିବା ସ୍ୱାସ୍ଥ୍ୟ ମେଳାରେ ସିକିଲ ସେଲ ରୋଗୀ ଚିହ୍ନଟ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଦିନେଇ ବ୍ୟବସ୍ତା କରାଯିବ। ଏହି ସ୍ୱାସ୍ଥ୍ୟ ମେଳା ଅବସରରେ ୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଆଭା ଆଇ.ଡି ପ୍ରସ୍ତୁତ କରାଯିବା ଏଇ ତାଲିମ ପ୍ରଦାନ କରାଯାଇଛି। ଗୋଷ୍ଠି ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆ ଏବଂ ବି.ପି.ଏମ ପ୍ରଶାନ୍ତ କୁମାର ପାଢୀ ଏହି ତାଲିମ ଶିବିରକୁ ପରିଚାଳନା କରିଥିଲେ।
Popular Categories



