କଲମପୁର : କଲମପୁର ତହସିଲ କାର୍ଯ୍ୟାଳୟ ନିକଟରେ ଶନିବାର ବାଇକ ଓ ମୋପେଡ ମଧ୍ୟରେ ମୁହାଁମୁହିଁ ଧକ୍କା ହେଇଛି। ଏଥିରେ ଜଣେ ଆହତ ହେଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହେଇଛନ୍ତି।
ସୂଚନା ଅନୁସାରେ କୋକସରା ଥାନା ଅଧିନସ୍ଥ ମୋଟେର ଗ୍ରାମର ସୁରେନ୍ଦ୍ର ନାଏକ ନାମକ ବ୍ୟକ୍ତି ଏକ ମୋପେଡ ଯୋଗେ କଲମପୁର ଥାନା ଅଧିନସ୍ଥ ଇଛାପୁର ଗ୍ରାମକୁ ଆସୁଥିଲେ। ଅନ୍ୟପଟେ କଲମପୁର ଜୁନାଗଡ ରାସ୍ତା ଦେଇ ଜୁନାଗଡ ଥାନା ଅଧିନସ୍ଥ ତାଳପଦର ଗୁଡିପଡାର ବିଶେଶ୍ୱର ମାଝୀ ଅନ୍ୟ ଏକ ବାଇକ ଯୋଗେ ବିଜମରାକୁ ଯାଉଥିଲେ। କଲମପୁର ତହସିଲ କାର୍ଯ୍ୟାଳୟ ନିକଟରେ ବାଇକ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ମୋପେଡ ସହ ମୁହାଁମୁହିଁ ଧକ୍କା କରିଥିଲେ। ଫଳରେ ମୋପେଡ ଚାଳକ ସୁରେନ୍ଦ୍ରଙ୍କ ମୁହଁରେ ମାଡ ହେବା ସହ ଗୁରୁତର ହେଇଥିବା ବେଳେ ବାଇକ ଚାଳକଙ୍କ ବିଶେଶ୍ୱରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି। କିନ୍ତୁ ସୁରେନ୍ଦ୍ରଙ୍କ ମୁହଁରେ ମାଡ ହେଇଥିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ କଲମପୁର ଥାନାକୁ ସୂଚନା ମିଳିବା ପରେ ଥାନାର ଏ.ଏସ.ଆଇ ଶେଖରଜେନା ଘଟଣା ସ୍ଥଳ ଏବଂ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଦୁଇ ଗୁରୁତରଙ୍କ ଅବସ୍ଥା ଦେଖିବା ସହ ପ୍ରାଥମିକ ତଦନ୍ତ କରିଛନ୍ତି।
ବାଇକ ଓ ମୋପେଡ ମୁହାଁମୁହିଁ ଧକ୍କା ; ଜଣେ ଆହତ ,ଜଣେ ଗୁରୁତର
Popular Categories



