www.samajalive.in
Saturday, December 13, 2025
26.1 C
Bhubaneswar

ସରକାରୀ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଶିଶୁ ଶ୍ରମିକ

କଲମପୁର : କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ତଳଝାପି ପଞ୍ଚାୟତ ଅନ୍ତର୍ଗତ ଲାଞ୍ଜିଗଡ ଗ୍ରାମରେ ଶିଶୁ ଶ୍ରମିକ ମାନେ ସରକାରୀ କାର୍ଯ୍ୟରେ ନିୟୋଜିତ ହେଉଥିବା ଜଣାପଡିଛି। ଯେଉଁ ହାତରେ ସିଲଟ ଖଡି ରହିବା କଥା ସେହି ହାତରେ ସିମେଣ୍ଟ କଢେଇ ଧରୁଥିବା ଦେଖିବାକୁ ମିଳିଛି। ବହିବସ୍ତାନି ବଦଳରେ ସିମେଣ୍ଟ କଂକ୍ରିଟ ବୋଝେଇ କରି ରାସ୍ତା କାର୍ଯରେ ନିୟୋଜିତ ହେଉଛନ୍ତି କୋମଳମତୀ ଶିଶୁ। ଦୁଃଖ ଏବଂ ପରିତାପର ବିଷୟ ସରକାରଙ୍କ ଶ୍ରମ ବିଭାଗ ଶିଶୁ ଶ୍ରମିକ ନିୟୋଜନରେ କଟକଣା ଜାରି କରୁଥିବା ବେଳେ ଖୋଦ୍‍ ସରକାରଙ୍କ ଅନ୍ୟ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଜନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ କରାଯାଉଛି।

ସରକାରଙ୍କ ଶିଶୁ ସୁରକ୍ଷା ୟୁନିଟ ଅପରେସନ ‘ମୁସ୍କାନ’ ମାଧ୍ୟମରେ ଅସୁରକ୍ଷିତ ଅବସ୍ଥାରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ବିଭିନ୍ନ ସଂସ୍ଥା ମାଧ୍ୟମରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ଅନୁଦାନ। କିନ୍ତୁ ପ୍ରଶାସନର ଅବହେଳା କାରଣରୁ ଅନେକ ସରକାରୀ ଯୋଜନାରେ ନିୟୋଜିତ ହେଉଛନ୍ତି ଏହି ଗ୍ଶିରାମର ଶିଶୁ ଶ୍ରମିକ। ଏହି ଗ୍ରାମରେ ଶିଶୁ ମାନଙ୍କ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା ନଥିବା କାରଣରୁ ଅନେକ ଶିଶୁଙ୍କ ହାତରେ ବହିବସ୍ତାନି ବଦଳରେ ଛେଳି, ମେଣ୍ଢା, ଗାଈ, ଗୋରୁ ଗହଣରେ ଦିନ ଅତିବାହିତ ହେଉଥିବା ବେଳେ ବହୁ କୋମଳମତି ବାଳିକା ଗାଁ ସିମେଣ୍ଟ କଂକ୍ରିଟ ରାସ୍ତା କାମରେ ନିୟୋଜିତ ହେଉଛନ୍ତି। ଏହିସବୁ ସରକାରୀ କାର୍ଯ୍ୟ ବିଭାଗୀୟ ଧାରାରେ ସମ୍ପାଦିତ କରାଯାଉଛି। ଯାହା ଦାଇତ୍ୱରେ ଖୋଦ ସରକାରୀ କର୍ମଚାରୀ ରହୁଛନ୍ତି, କିନ୍ତୁ ଏଥିପ୍ରତି ଗୁରୁତ୍ୱ ନଦେବା ପରିତାପର ବିଷୟ। ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ଜନ ସାଧାରଣଙ୍କ ସମେତ ସାମାଜି କର୍ମୀଙ୍କ ମଧ୍ୟରେ ଦାବୀ ହେଉଛି। ଏନେଇ ବି.ଡି.ଓ ନବୀନ ଚନ୍ଦ୍ର ନାଏକଙ୍କ ସହିତ ଯୋଗାଯୋଗ କରାଯାଇଥଲା। କେଉଁ ଯୋଜନାରୁ କାର୍ଯ୍ୟ ହେଉଛି ସେନେଇ ତଦନ୍ତ କରିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବେଲି ସେ ମତବ୍ୟକ୍ତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories