www.samajalive.in
Monday, December 8, 2025
14.1 C
Bhubaneswar

ବିଗବସରେ ନିଜ ମାଡ ଖାଇବା ଘଟଣା ବଖାଣିଲେ ଶ୍ରୀସନ୍ତ

ମୁମ୍ବଇ : ବିବାଦୀୟ ଏବଂ ଲୋକପ୍ରିୟ ରିଆଲିଟି ସୋ ବିଗବିସ୍‍-୧୨ ନିଜର ୧୦ ନମ୍ବର ସପ୍ତାହରେ ପହଞ୍ଚିଛି। ଫାଇନାଲ ଯେତେ ପାଖେଇ ଆସୁଛି ଘରେ ଥିବା ସମସ୍ତ ପ୍ରତିଯୋଗୀ ସେତେ ଆକ୍ରମଣାତ୍ମକ ହେଉଥିବା ଦେଖିବାକୁ ମିଳିଛି। ଗୁରୁବାର ଶ୍ରୀସନ୍ତ ତାଙ୍କ ଜୀବନର ଏକ ବଡ ଘଟଣାରୁ ପରଦା ଉଠାଇବାକୁ ଯାଉଛନ୍ତି। ଶ୍ରୀସନ୍ତ ପ୍ରତିଯୋଗୀ ସୁରଭି ରାଣାଙ୍କୁ କ୍ରିକେଟର ହରଭଜନ ସିଂ ମାଡ ମାରିବା କଥା କହୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ସୋ’ର ପ୍ରୋମରେ ସାମ୍ବାଦିକା ଶ୍ୱେତା ସିଂହ ଘରର କିଛି ବ୍ରେକିଂ ନ୍ୟୁଜ ଦେବା ଦେଖିବାକୁ ମିଳିଛି। ଶ୍ରୀସନ୍ତ ଓ ସୁରଭି ରାଣା କଥା ହେଉଥିବା ସମୟରେ ସୁରଭି ଶ୍ରୀସନ୍ତକୁ ଚାପୁଡା ମାରିବା କଥା ପଚାରିଥିଲେ। ପରେ ଶ୍ରୀସନ୍ତ କହିଥିଲେ ମୁଁ ସମସ୍ତଙ୍କ ମୁହଁ ବନ୍ଦ କରିବାକୁ ଚାହୁଁଛି। ଆଉ ସେ ସମୟ ଏବେ ଆସିଯାଇଛି। ସେ ଆହୁରି କହିଛନ୍ତି ମୁଁ ସେ ସମୟରେ ଅଧିକ ଆକ୍ରମଣାତ୍ମକ ଥିଲି। ଏହି ଘଟଣା ସମୟରେ ହରଭଜନ ପ୍ରଥମେ କହିଥିଲେ, ‘ତମେ ଶ୍ରୀସନ୍ତ ଓ ମୋ ସହ ହାତ ମିଶାଇବାକୁ ଆସିଛ’। ଏହା କହି ସେ ମତେ ଓଲଟା ହାତରେ ଚାପୁଡା ମାରିଥିଲେ। ସେହି ସମୟରେ ମୁଁ କାହାର ସାହାଯ୍ୟ ପାଇ ନଥିଲି। ଯାହ ମତେ ବହୁତ କଷ୍ଟ ଦେଇଥିଲା।
ଶ୍ରୀସନ୍ତ କହୁଥିବା ଏହି ଘଟଣା ଆଇପିଏଲ ପ୍ରଥମ ସଂସ୍କରଣ ୨୦୦୮ରେ ହୋଇଥିଲା। ସେହି ସମୟରେ ଶ୍ରୀସନ୍ତ କିଙ୍ଗସ୍‍ ଏକାଦସ ପଞ୍ଜାବ ପାଇଁ ଖେଳୁଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପଞ୍ଜାବ ଜିତିବା ପରେ ସମସ୍ତ ଖେଳାଳି ପରସ୍ପର ହାତ ମିଶାଇବା ସମୟରେ ହରବଜନ ଶ୍ରୀସନ୍ତଙ୍କୁ ଚାପୁଡା ମାରିଥିଲେ। ଏହାପରେ ପଡିଆରେ ଥିବା ସମସ୍ତ ଖେଳାଳି ଏହି ଦୁଇ ଖେଳାଳିଙ୍କୁ ଅଲଗା କରିଥିଲେ। ପରେ ହରବଜନ ଡ୍ରେସିଂ ରୁମରେ ଶ୍ରୀସନ୍ତଙ୍କୁ ନିଜ ଭୁଲ ପାଇଁ କ୍ଷମା ମଧ୍ୟ ମାଗିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories