ଗୋଟିଏ ଇଂଜେକ୍ସନ୍‌ ଶେଷ କରିଦେବ କ୍ୟାନସର୍‌ – ଜାଣନ୍ତୁ କେବେ ମିଳିବ କେଉଁଠାରେ ହେବ ଆରମ୍ଭ

ନୂଆଦିଲ୍ଲୀ – ଏବେ ବିଜ୍ଞାନ ଅଗ୍ରଗତି କରିଛି । ଏହା ସହ ସ୍ୱାସ୍ଥ୍ୟବିଜ୍ଞାନ ତଥା ଚିକିତ୍ସା ବିଜ୍ଞାନ ବି ଅନେକ ଉପଲବ୍ଧି ହାସଲ କରିଛି । ଗବେଷଣା ଯୋଗୁଁ ବିଭିନ୍ନ ରୋଗ ବ୍ୟାଧିର ସଠିକ୍‌ ଚିକିତ୍ସା ହୋଇ ପାରୁଛି । କ୍ୟାନସର କହିଲେ ଅଧିକାଂଶ ଭୟ ପାଇଥାଆନ୍ତି । ଏଥିରେ ଲୋକ କଷ୍ଟ ସହ ମୃତ୍ୟୁ ମୁଖରେ ପଡୁଥିଲେ ।

ଏବେ ଗବେଷଣା ପରେ ଏପରି ଏକ ଇଂଜେକ୍ସନ ବିକଶିତ କରାଯାଇଛି ଯେଉଁଥିରେ ସମ୍ପୂର୍ଣ୍ଣ କ୍ୟାନସର ଭଲ ହୋଇ ପାରିବ । ଏହା କ୍ୟାନସର ବା କର୍କଟର କୋଷିକାମାନଙ୍କୁ ନଷ୍ଟ କରିବ । ୟୁନାଇଟେଡ୍‌ କିଙ୍ଗଡମ୍‌ର ଏକ କମ୍ପାନୀ ଏହି ଇଂଜେକ୍ସନ ବିକଶିତ କରିଛି । ଏହାର ପରୀକ୍ଷଣ ସମ୍ପୂର୍ଣ୍ଣ ହୋଇଥିବା ଦାବି କରାଯାଉଛି ।

ଏହାକୁ ବିକଶିତ କରିଥିବା ବୈଜ୍ଞାନିକମାନେ କ୍ୟାନସର କୋଷିକାକୁ ଏହି ଇଂଜେକ୍ସନ ଠିକ୍‌ କରୁଥିବା କଥା କହିଛନ୍ତି । ଉପଚାରର ସମୟକୁ ଏହି ତିନି ଚତୁର୍ଥାଂଶ ହ୍ରାସ କରିବ । ଏବେ ବ୍ରିଟେନ୍‌ର ଭ୍ୟାକସିନ୍ ମେଡିସିନ୍‌ ଆଣ୍ଡ ହେଲ୍ଥକେୟାର ପ୍ରଡକ୍ଟସ୍‌ ରେଗୁଲାଟାରୀ ଏଜେନ୍ସି ଏହାକୁ ମଞ୍ଜୁରୀ ଦେବା ବାକି ରହିଛି ।

prayash

ଏହାକୁ ଇମୋନ୍ୟୁ ଥେରାପି ପ୍ରକ୍ରିୟାରେ ଦିଆଯିବ । ଏପରି ହେଲେ ସର୍ଜରୀ, କେମୋଥେରାପି, ରେଡିଓ ଥେରାପି ଏବଂ ଟାର୍ଗେଟ ଥେରାପି ପରେ ଏହା ପଞ୍ଚମ ଥେରାପି ଭାବେ ପରିଗଣିତ ହେବ ।

ସାବଧାନ, ଏହି ନମ୍ବରରୁ କଲ୍‌ ଆସିଲେ ଉଠାନ୍ତୁନାହିଁ- କରିଦେବ ଆପଣଙ୍କ ଆକାଉଣ୍ଟ ଖାଲି

Comments are closed.