www.samajalive.in
Sunday, December 14, 2025
26.1 C
Bhubaneswar

ଜମି ବାଡ଼ି ବିବାଦକୁ କେନ୍ଦ୍ରକରି ଭାଇ ତୀର ମାଡରେ ଭାଇ ଗୁରୁତର

ମାଲକାନଗିରି: ଜମି ବାଡ଼ି ବିବାଦକୁ କେନ୍ଦ୍ରକରି ବଡ଼ବାପା ପୁଅ ଭାଇର ତୀର ମାଡରେ କକା ପୁଅ ଭାଇ ଗୁରୁତର ହୋଇଛି। ହାତରେ ୩ଟି ତୀର ଲାଗିଥିବା ବେଳେ ପିଠିରେ ଗୋଟିଏ ତୀର ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏମଭି- ୭୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଆଦିବାସୀ ଯୁବକ ବୋଜି ବେଟି ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ମୋଟୁ ଥାନା ଅନ୍ତର୍ଗତ ମଲାଭରମ୍ ପଞ୍ଚାୟତର କମାରଗୁଡା ଗ୍ରାମରେ ବୋଜି ବେଟି ଜମିରେ ବାଡ଼ ଦେଉଥିବା ବେଳେ ବଡବାପାଙ୍କ ପୁଅ ଏହାକୁ ବାରଣ କରିଥିଲା। ଜମିରେ ବାଡ଼ ଦେବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତ ତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବୋଜି ବେଟିଙ୍କ ଉପରକୁ ତାଙ୍କ ସମ୍ପର୍କୀୟ ଭାଇ ୪ ଗୋଟି ତୀର ନିକ୍ଷେପ କରିଥିଲା। ଫଳରେ ବୋଜିଙ୍କ ହାତରେ ୩ଟି ତୀର ପ୍ରବେଶ କରିଥିବା ବେଳେ ପିଠି ପାର୍ଶ୍ଵରେ ଗୋଟିଏ ତୀର ନିକ୍ଷେପ ହୋଇଛି। ଗୁରୁତର ଆହତ ବୋଜିଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିବା ଲାଗି ପ୍ରୟାସ ଜାରି ରହିଥିଲା ବେଳେ ଲଗାଣ ବର୍ଷା ଯୋଗୁଁ ଏମଭି-୯୬ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ଜାତୀୟ ରାଜପଥରେ ଯାତାୟତ ବନ୍ଦ ହୋଇଯାଇଛି। ଏହି କାରଣରୁ ଗୁରୁତରଙ୍କୁ ମାଲକାନଗିରି ମେଡିକାଲ ନେବା ସମ୍ଭବ ନ ହେବାରୁ ଏମଭି-୭୯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ମୋଟୁ ପୁଲିସ କମାରଗୁଡା ଗ୍ରାମକୁ ଯାଇ ତଦନ୍ତ କରୁଥିବା ଜଣାପଡିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories