www.samajalive.in
Friday, December 5, 2025
20.1 C
Bhubaneswar

ଠକେଇ ମାମଲାରେ ଗୋବିନ୍ଦାଙ୍କ ନାଁ; ଜେରା କରିବ ଓଡ଼ିଶା ଇଓଡବ୍ଲ୍ୟୁ

ନୂଆଦିଲ୍ଲୀ: ବଡ଼ ଧରଣର ଠକେଇ ମାମଲାରେ ଫସିଛନ୍ତି ବଲିଉଡ଼ ସୁପରଷ୍ଟାର ଗୋବିନ୍ଦା। ଅନଲାଇନରେ ପ୍ରାୟ ୧୦୦୦ କୋଟି ଟଙ୍କା ସୋଲାର ଟେକ୍ନୋ ଏଲାୟନ୍ସ(ଏସଟିଏ-ଟୋକେନ୍‌)ରେ ବିନିଯୋଗ କରି ଠକାମୀର ଶିକାର ହୋଇଛନ୍ତି ଲକ୍ଷାଧିକ ଲୋକ। କୋଟି କୋଟି ଟଙ୍କାର ଏହି କ୍ରିପ୍ଟୋ-ପୋଞ୍ଜି ଠକେଇ ମାମଲାରେ ଖୁବଶୀଘ୍ର ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗୋବିନ୍ଦାଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି।

ଇଓଡବ୍ଲ୍ୟୁ ଇନ୍ସପେକ୍ଟର ଜେ‌ନେରାଲ ଜେଏନ୍ ପଙ୍କଜ କହିଛନ୍ତି, ଜୁଲାଇରେ ଗୋଆଠାରେ ଆୟୋଜିତ ହୋଇଥିବା ସୋଲାର ଟେକ୍ନୋ ଏଲାୟନ୍ସ(ଏସଟିଏ-ଟୋକେନ୍‌)ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇଥିଲେ। ଏଥିସହ ଏହି ଠକ ସଂସ୍ଥାରେ ବିନିଯୋଗ ପାଇଁ ପ୍ରଚାର କରି ଗୋବିନ୍ଦା ଲୋକଙ୍କୁ ଉତ୍ସାହିତ କରିଥିଲେ। ତେବେ ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ଏବେ ଇଓଡବ୍ଲ୍ୟୁ ହେପାଜତରେ ଅଛି। ଅଧିକାରୀଙ୍କ କହିବାନୁଯାୟୀ, ସୋଲାର ଟେକ୍ନୋ ଏଲାୟନ୍ସ ଏପର୍ଯ୍ୟନ୍ତ ଅନେକ ଦେଶରେ କ୍ରିପ୍ଟୋ ବିନିଯୋଗ ବାହାନାରେ ଏକ ଅନଲାଇନ୍ ପୋଞ୍ଜି ସ୍କିମ୍ ଚଳାଉଥିଲା। ଅଦ୍ୟାବଧି ୨ ଲକ୍ଷରୁ ଅଧିକ ଲୋକ ପ୍ରାୟ ୧୦୦୦ କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଏ ସମ୍ପର୍କରେ ପଚରାଉଚରା କରାଯିବ। ଏ ସଂକ୍ରାନ୍ତରେ ଖୋଳତାଡ଼ ପାଇଁ ଖୁବଶୀଘ୍ର ଏକ ସ୍ବତନ୍ତ୍ର ଟିମ୍ ମୁମ୍ବଇ ଯିବ। ତେବେ ଯାଞ୍ଚ ଶେଷ ନହେବା ପର୍ଯ୍ୟନ୍ତ ଗୋବିନ୍ଦାଙ୍କୁ ସନ୍ଦିଗ୍ଧ କି ଅଭିଯୁକ୍ତ ବୋଲି କୁହାଯାଇପାରିବ ନାହିଁ। ଯାଞ୍ଚ ଶେଷ ହେବା ପରେ ଏହି ଘଟଣାରେ ତାଙ୍କ ସମ୍ପୃକ୍ତି ବିଷୟରେ ପ୍ରକୃତ ତଥ୍ୟ ଜଣାପଡ଼ିବ।

- Advertisement -

ଭଦ୍ରକ, କେନ୍ଦୁଝର, ବା‌ଲେଶ୍ବର, ମୟୂରଭଞ୍ଜ ଏବଂ ଭୁବନେଶ୍ୱରର ୧୦,୦୦୦ ଲୋକଙ୍କଠାରୁ କମ୍ପାନୀ ୩୦ କୋଟି ଟଙ୍କା ସଂଗ୍ରହ କରିଥିବା ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହିତ ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ, ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟର ନିବେଶକ ଏହି ସଂସ୍ଥାରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି।

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories