ଡରାଉଛି ସ୍କ୍ରବ୍ ଟାଇଫସ୍‌; ବରଗଡରେ ୫ ଜଣଙ୍କ ମୃତ୍ୟୁ ପରେ ସୁନ୍ଦରଗଡରେ ଜଣଙ୍କର ମୃତ୍ୟୁ ସୂଚନା

ଜୀବନ ନେଉଛି ସ୍କ୍ରବ ଟାଇଫସ କୀଟ..

ବ୍ୟୁରୋ : ବିଷାକ୍ତ କୀଟ କାମୁଡାରେ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ସାଧାରଣ ଜ୍ୱର ପରି ଲକ୍ଷଣ ଦେଖାଯାଉଥିବା ଏହି ରୋଗର ଶିକାର ହେଲେଣି ଏକାଧିକ ଜନସାଧାରଣ । ବରଗଡରେ ସ୍କ୍ରବ ଟାଇଫସ( Scrub Typhus) ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା
ମିଳିଥିଲା ବେଳେ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ସ୍କ୍ରବ ଟାଇଫସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

prayash

ଲକ୍ଷଣ 

ସ୍କ୍ରବ ଟାଇଫସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ହଠାତ୍‌ ଜ୍ୱର, ଥଣ୍ଡା, ତଳିପେଟରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ । କୀଟ କାମୁଡ଼ିଥିବା ସ୍ଥାନ ନାଲି ପଡ଼ି ଯାଇ ଏକ ଫୋଟକା ପରି ଦେଖାଯାଏ । ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି।

kalyan agarbati

Comments are closed.