www.samajalive.in
Sunday, December 14, 2025
26.1 C
Bhubaneswar

ଅଘଟଣ:ବନବିଭାଗ କାର୍ଯ୍ୟାଳୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଜଳିଗଲେ ବନକର୍ମଚାରୀ- ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଚାନ୍ଦିପୁଟ- ବନବିଭାଗ କାର୍ଯ୍ୟାଳୟରେ ଅଘଟଣ । ବିଦ୍ୟୁତ ତାପ ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି ଜଣେ ବନ କର୍ମଚାରୀ । ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟ ପରେ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି । ଚନ୍ଦ୍ରଗିର କୁନା ପ୍ରଧାନ ବନ ବିଭାଗରେ କର୍ମଚାରୀ ଅଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ସେ କାର୍ଯ୍ୟାଳୟର ଛାତ ଉପରେ କାମ କରୁଥିବା ବେଳେ ଶିଉଳିରେ ତାଙ୍କ ଗୋଡ ଖସିଯାଇଥିଲା । ଏହି ସମୟରେ କାର୍ଯ୍ୟାଳୟ ଛାତ ଉପରେ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ଗୋଡ ପିଠି ସହ ଶରୀରର ଅନେକ ଅଂଶ ଜଳିଯାଇଛି । ସେ ଚେତାଶୂନ୍ୟ ହୋଇଯାଇଥିଲେ ।

ତାଙ୍କୁ ଅନ୍ୟ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କରି ଚିକିତ୍ସାପାଇଁ ନେଇଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସାପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ଠାତ ଉପରୁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ହଟାଇବା ପାଇଁ ବନ ବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗକୁ ପୂର୍ବରୁ ଅନୁରୋଧ କରାଯାଇଥିଲା। ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏପରି ଅଘଟଣ ଘଟିଥିବା କୁହାଯାଉଛି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories